ଟ୍ରଲର ବୁଡି ୮ ମତ୍ସ୍ୟଜୀବୀ ମୃତ

0

ଡାଇମଣ୍ଡ ହାର୍ବର : ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲା ଉପକୂଳ ବଙ୍ଗୋପସାଗରରେ ଏକ ଟ୍ରଲର ବୁଡିଯାଇ ୮ ମତ୍ସ୍ୟଜୀବୀ ପ୍ରାଣ ହରାଇଛନ୍ତି। ଏଫବି ପାରୋମିତା ନାମକ ଏକ ଟ୍ରଲରରେ ୧୮ଜଣ ମତ୍ସ୍ୟଜୀବୀ ମଙ୍ଗଳବାର ରାତିରେ ସମୁଦ୍ରକୁ ଯାଇଥିବାବେଳେ ଏହା ବୁଡି ଯାଇଥିଲା। ୧୦ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ୮ଜଣ ନିଖୋଜ ହୋଇଯାଇଥିଲେ। ନିଖୋଜ ୮ଜଣଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ପତ୍ତା ମିଳିନାହିଁ।

Leave A Reply