ଲମ୍ବା ବ୍ୟବଧାନ ପରେ ୱେଷ୍ଟିଣ୍ଡିଜ୍ ଟ୍ବେଣ୍ଟି-୨୦ ଟିମକୁ ଫେରିଲେ ରସେଲ

ନଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ପକ୍ଷରୁ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରାଯାଇଛି। ଏକ ଲମ୍ବା ବ୍ୟବଧାନ ପରେ ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଟିମକୁ ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଆଣ୍ଡ୍ରୁ ରସେଲ ଫେରିଛନ୍ତି। ଟିମ୍ ପକ୍ଷରୁ ଘୋଷଣା ହୋଇଥିବା ଟିମରେ ରସେଲଙ୍କ ବ୍ୟତୀତ ଆଉ ୪ଜଣ ଷ୍ଟାର ଖେଳାଳି ଦଳକୁ ଫେରିଛନ୍ତି। ରସେଲଙ୍କ ବ୍ୟତୀତ ଓଶେନ ଥୋମାସ୍, ଶାଇ ହୋପ ଏବଂ କେଭିୟନ୍ ଏଲନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରସେଲଙ୍କ ପ୍ରତ୍ୟାବର୍ତ୍ତନ ଦ୍ବାରା ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଦଳ ଶକ୍ତିଶାଳୀ‌ ହେବ ବୋଲି ଆଶା କରାଯାଉଛି।
ୱେଷ୍ଟଇଣ୍ଡିଜ ଟିମ୍
କିରାଣ ପୋଲାର୍ଡ, କେଭିୟନ ଏଲେନ, ଡ୍ବେନ ବ୍ରାଭୋ, ଶୋଲ୍ଡନ କଟ୍ରେଲ, ହେଟମେୟର, ଶାଇ ହୋପ, ବ୍ରେଣ୍ଡନ କିଙ୍ଗ, ନିକୋଲସ୍ ପୁରଣ, ରୋବମ୍ୟାନ୍ ପୋବେଲ, ଆଣ୍ଡ୍ରୁ ରସେଲ, ଶିମନ୍ସ, ତୋମାସ, ହେଡନ ବଶ୍ଲ ଜୁନିଅର, କେସରିକ୍ ୱିଲିୟନ୍ସ।

Comments are closed.