ହାଇଦରାବାଦ ଟ୍ବେଣ୍ଟି-୨୦ : ହେଟମେୟରଙ୍କ ଅର୍ଦ୍ଧଶତକ, ଭାରତ ପାଇଁ ୨୦୮ରନର ବିଜୟ ଲକ୍ଷ୍ୟ

ହାଇଦରାବାଦ : ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ହେଟମେୟରଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଜ ୨୦୭ରନ ସଂଗ୍ରହ କରିଛି। ସେ ୪୧ଟି ବଲ ଖେଳି ୪ଟି ଚୌକା ଓ ଦୁଇଟି ଛକା ସହାୟତାରେ ୫୬ରନ ସଂଗ୍ରହ କରିଛନ୍ତି। ଶିମରନ୍ ହେଟମେୟରଙ୍କ ବ୍ୟତୀତ ଅଧିନାୟକ କିରଣ ପୋଲାର୍ଡ, ଇଭିନ ଲୁଇସ, ବ୍ରାଣ୍ଡନ କିଙ୍ଗ ବିସ୍ଫୋରକ ବ୍ୟାଟିଂ କରିଥିଲେ।

ଆଜି ଭାରତୀୟ ଦଳର ଫିଲଡିଂ ନୈରାଶ୍ୟଜନକ ହୋଇଥିଲା। ଭାରତର ଅନେକ କ୍ୟାଚ ମଧ୍ୟ ଛଡାଯାଇଥିଲା।

Comments are closed.