ସଂକଟ ସମୟରେ ପଶ୍ଚିମବଙ୍ଗ ସହିତ ଓଡ଼ିଶାବାସୀ ଠିଆ ହୋଇଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ୍‌ ଯୋଗେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହିତ ଅମ୍ପନ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଅମ୍ପନ ବାତ୍ୟାଜନିତ କ୍ଷୟକ୍ଷତି ସଂପର୍କରେ ପଚାରି ବୁଝିଥିଲେ। ଜୀବନହାନି ସହିତ ବ୍ୟାପକ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକାଶ କରିବା ସହିତ ଏହି ସଂକଟ ସମୟରେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ସହିତ ଓଡ଼ିଶାବାସୀ ଠିଆ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ। ଆବଶ୍ୟକ ଲୋକବଳ ଓ ସାମଗ୍ରୀ ଆକାରରେ ସବୁମତେ ଏହି ସଂକଟଜନକ ପରିସ୍ଥିତିରୁ ଅତିକ୍ରମ କରିବା ପାଇଁ ପଶ୍ଚିମବଙ୍ଗକୁ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.