ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ, ଫେବୃୟାରୀ ୧୨କୁ ଘୁଂଚିଲା ପୌର ନିର୍ବାଚନ

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ କମିଶନ୍‍ ପୌର ନିର୍ବାଚନକୁ ଫେବୃୟାରୀ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏକ ବିଜ୍ଞପ୍ତିରେ କୁହାଯାଇଛି, ଆସନସୋଲ୍‍, ବିଧାନନଗର, ସିଲିଗୁଡ଼ି ଓ ଚନ୍ଦନନଗର ପୌରପାଳିକା ନିର୍ବାଚନକୁ ଫେବୃୟାରୀ ୧୨ ତାରିଖକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହା ଆସନ୍ତା ୨୨ ତାରିଖରେ ହେବାକୁ କାର୍ଯ୍ୟସୂଚୀ ଥିଲା।ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୌର ନିର୍ବାଚନକୁ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ବିଚାର କରିବା ପାଇଁ କୋଲକାତା ହାଇକୋର୍ଟ ଗତକାଲି ରାଜ୍ୟ ନିର୍ବାଚନ କମିଶନ୍‍କୁ କହିଥିଲେ।

ରାଜ୍ୟ ନିର୍ବାଚନ କମିଶନ୍‍ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଥିଲେ ଓ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ କୌଣସି ଅସୁବିଧା ନଥିବା ରାଜ୍ୟ ସରକାର ଜଣାଇଥିଲେ।

Comments are closed.