ପଶ୍ଚିମବଙ୍ଗରେ ଲକଡାଉନ୍‍ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

କୋଲକାତା : ପଶ୍ଚିମବଙ୍ଗ ସରକାର ରାଜ୍ୟରେ ତାଲାବନ୍ଦ ଅବଦ୍ଧି ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଏବଂ ପ୍ରେକ୍ଷାଳୟ ଉପରେ ମଧ୍ୟ ନିଷେଧାଦେଶ ଜାରି ରହିବ।
ଏଥି ସହିତ, ସେପ୍ଟେମ୍ବର ୨୧ରୁ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଏୟାର ଥିଏଟର ଖୋଲିବାକୁ ଅନୁମତି ଦିଆଯାଇଛି।

Comments are closed.