ଗୋଟିଏ ପରିବାରର ୫ମୃତ; ହତ୍ୟା ସନ୍ଦେହ

କଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାରୁ ରବିବାର ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତଦେହ ମିଳିଛି ।ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହା ଏକ ହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ଛାତ ଉପରେ ମୃତଦେହ ପଡ଼ିଥିବା ଲୋକ ଦେଖିଥିଲେ । ଦେଖିବା ମାତ୍ରେ ଭୟଭିତ ହୋଇ ସେମାନେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ ।ଏକ ପୁଲିସ ଟିମ୍ ଆଜି ସକାଳ ୬ଟାରେ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଥିଲା ।

Comments are closed.