ହ୍ରାସ ପାଉଛି ସଂକ୍ରମଣ, ପଶ୍ଚିମବଙ୍ଗରୁ ହଟିଲା କୋଭିଡ୍‌ -୧୯ ସମ୍ବନ୍ଧିତ କଟକଣା

କୋଲକାତା- କୋଭିଡ୍‌ ପାଇଁ ସାରା ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ ସହ ଅନ୍ୟ ସମାଜିକ କଟକଣା ଲାଗୁ କରାଯାଇଥିଲା । ଏପ୍ରିଲ୍‌ ଏକ ତାରିଖରୁ ପଶ୍ଚିମବଙ୍ଗରେ କୋଭିଡ୍‌ କଟକଣାକୁ ହଟାଇ ଦିଆଯାଇଛି । ହେଲେ ସାଧାରଣ ସ୍ଥାନମାନଙ୍କରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

ଏବେ ପଶ୍ଚିମବଙ୍ଗରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କୋଭିଡ୍‌ ଗ୍ରାଫ ତଳ ମୁହାଁ ହୋଇଥିବାରୁ କିଛିଟା କଟକଣା କୋହଳ କରାଯାଇଥିଲା ।

ସ୍ୱାସ୍ଥ୍ୟ ଏବଂ ସାନିଟାଇଜେସନ୍‌ ଉପରେ ଗୁରୁତ୍ୱ ଦିଆଯାଇଛି । ସାଧାରଣ ସ୍ଥାନ ଏବଂ ଗହଳି ହେଉଥିବା ସ୍ଥାନମାନଙ୍କ ମାସ୍କ ପିନ୍ଧିବା ସହ ସେଠାରେ ପରିଷ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦିଆଯାଇଛି । ଗୁରୁବାର ରାତିରୁ କୋଭିଡ୍‌ ସମ୍ବନ୍ଧିତ ଅନ୍ୟାନ୍ୟ କଟକଣା ହଟାଇ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏବେ କୋଭିଡ୍‌ ସମ୍ବନ୍ଧିତ ସମସ୍ତ କଟକଣା ପ୍ରତ୍ୟାହାର କରି ନିଆଯାଉଛି ।ହେଲେ ମାସ୍କ ପିନ୍ଧିବା ସହ ପରିଷ୍କାର ପରିଛନ୍ନତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନ୍ୟାନ୍ୟ ନିୟମକୁ ଅନୁପାଳନ କରନ୍ତୁ ବୋଲି ନିର୍ଦେଶ ଦିଆଯାଇଛି ।

Comments are closed.