ବଦଳିଲେ ପଶ୍ଚିମବଙ୍ଗ ଡିଜିପି ବୀରେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପୁଲିସ ମହାନିର୍ଦେଶକ (ଡିଜିପି) ବୀରେନ୍ଦ୍ରଙ୍କୁ ମଙ୍ଗଳବାର ନିର୍ବାଚନ ଆୟୋଗ ହଟାଇ ତାଙ୍କ ସ୍ଥାନରେ ପି ନିରଜନୟନଙ୍କୁ ନିଯୁକ୍ତି ଦେଇଛନ୍ତି। ୧୯୮୭ ବ୍ୟାଚ ଆଇପିଏସ୍‌ ନିରଜନୟନ ପଶ୍ଚିମବଙ୍ଗର ଡିଜିପି ଓ ଆଇଜିପି ଭାବେ କାର୍ଯ୍ୟ କରିବେ।

ଏହି ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ପୂର୍ବତନ ଡିଜିପି ବୀରେନ୍ଦ୍ରଙ୍କୁ ନିର୍ବାଚନ ସମ୍ପର୍କିତ କୌଣସି ଦାୟିତ୍ବ ନ ଦେବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଇସି ନିର୍ଦେଶ ଦେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ନିର୍ଦ୍ଦେଶ ପାଳନ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Comments
Loading...