ଅମିତ ଶାହାଙ୍କ କଲକତା ରୋଡ଼ ଶୋ’ରେ ହଙ୍ଗାମ, ଲାଠିଚାର୍ଜ

କଲକାତା : ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଙ୍ଗଳବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଶ୍ଚିମବଙ୍ଗର ରାଜଧାନୀ କଲକାତାରେ ରୋଡ଼ ଶୋ’ କରିଛନ୍ତି। ଏହି ରାଡ଼ ଶୋ ବେଳେ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) କର୍ମୀ ଓ ସମର୍ଥକମାନେ ହଙ୍ଗାମା କରିଛନ୍ତି।
ଅମିତ ଶାହାଙ୍କ ଗାଡ଼ି ଉପରକୁ ବାଡ଼ି ଓ ପଥର ଫିଙ୍ଗା ଯାଇଛି। ଏବିଭିପି ଏବଂ ଟିଏମ୍‍ସି ଛାତ୍ର ପରିଷଦ ମଧ୍ୟରେ ସଂଘର୍ଷ ଘଟିଛି। ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‍କୁ ଲାଠିଚାର୍ଜ କରିବାକୁ ପଡିଛି। ରୋଡ଼ ଶୋ’ ବେଳେ ଟିଏମସି କର୍ମୀମାନେ କେତେକ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମମତା ନିଜ ପରାଜୟ ଦେଖି ଏପରି କରୁଛନ୍ତି। ହିଂସାକାଣ୍ଡ ଭିଆଇ ମମତା ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। ମମତାଙ୍କ ଷଡ଼ଯନ୍ତ୍ରକୁ ସଫଳ କରିବାକୁ ଦିଆଯିବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

Comments are closed.