ପିଲାଙ୍କ ଟିକାକରଣ ନେଇ ଡିସିଜିଆଇ ଅନୁମୋଦନକୁ ଅପେକ୍ଷା : ଡକ୍ଟର କୃଷ୍ଣ ଇଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଶର ବିଭିନ୍ନ ଟିକା ନିର୍ମାତା କମ୍ପାନୀ ସହ ଆଲୋଚନା କରିଛନ୍ତି । ତେବେ ଏହି ଅବସରରେ ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକର ପରିଚାଳନା ନିର୍ଦେଶକ ଡକ୍ଟର କୃଷ୍ଣ ଇଲା ପିଲାମାନଙ୍କ ପାଇଁ ଟିକାକରଣ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। କରୋନା ମହାମାରୀ ବିରୋଧରେ ଲଢେଇରେ ଭାରତ ଟିକାକରଣ ଅଭିଯାନକୁ ବେଶ ସଫଳତାର ସହ ଆଗେଇ ନେଇଛି। ଦେଶରେ ୧୦୦ କୋଟିରୁ ଅଧିକ ଟିକା ଲୋକଙ୍କୁ ଦିଆଯାଇଛି।

ସେ କହିଛନ୍ତି ଯେ, ୧୦୦ କୋଟି ଟୀକାକରଣ ଲକ୍ଷ୍ୟ ହାସଲ କରି ଭାରତ ଏକ ବଡ଼ ସଫଳତା ହାସଲ କରିଛି । ଉଭୟ ସରକାର ଏବଂ ସାଧାରଣ ନାଗରିକଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି । ପିଲାମାନଙ୍କ ଟିକାକରଣ ନେଇ ଡିସିଜିଆଇ ଅନୁମୋଦନକୁ ପାଇବାକୁ ଆମେ ଅପେକ୍ଷା କରିଛୁ।


ସେ କହିଛନ୍ତି ଯେ ନାକରେ ଏହି ଟିକା ଦେବା ନେଇ ଦୁଇ ପର୍ଯ୍ୟାୟରେ ଆମେ ପରୀକ୍ଷା ଶେଷ କରିଛୁ । ଏହା କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ।

Comments are closed.