MEllora 950×100

ଗୁରୁଡିଝାଟିଆ ମହାବିଦ୍ୟାଳୟ : ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ଗୁରୁଡିଝାଟିଆସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ସମାନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜନୀତି ବିଜ୍ଞାନର ନବାଗତ ବିଦ୍ୟାର୍ଥୀମାନେ ମହାବିଦ୍ୟାଳୟର ଗର୍ବ ଓ ଗୌରବ ବୃଦ୍ଧିରେ ସହାୟକ ହେବା ସହ ଅନ୍ୟ ବିଦ୍ୟାର୍ଥୀମାନଙ୍କ ପାଇଁ ଆଲୋକ ବର୍ତ୍ତିକା ହେବା ନିମନ୍ତେ କହିବା ସହ ଶୃଙ୍ଖଳା ଅଧ୍ୟବସାୟ ଓ ପରିପୂର୍ଣ୍ଣ ବିକାଶ ଦିଗରେ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ବିଦ୍ୟାର୍ଥୀମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇଦେବା ନିମନ୍ତେ ମୁଖ୍ୟ ଅତିଥି ଅଧ୍ୟକ୍ଷ ଶ୍ରୀ ସାମନ୍ତରାୟ କହିଥିଲେ। ପ୍ରଫେସର ଦାମୋଦର ବେଉରା ଅତିଥି ଭାବରେ ଯୋଗଦେଇ ନିଜକୁ ଠିକଣା ଢଙ୍ଗରେ ଗଢିତୋଳିବା ପାଇଁ ବିଦ୍ୟାର୍ଥୀମାନେ ନିଜକୁ ପ୍ରସ୍ତୁତ କରିବା ସହ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଠାରୁ ଶିକ୍ଷାକୁ ତୃଷ୍ଣାର ସହ ଗ୍ରହଣ ଦିଗରେ ଗୁରୁତ୍ୱାରୋପ କରିଥିଲେ। ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଓ ବିଭାଗୀୟ ଅଧ୍ୟାପିକା ସଂଦିପ୍ତା ସାହୁ ରାଜନୀତି ବିଜ୍ଞାନର ବିଦ୍ୟାର୍ଥୀ ଦେଶ ଓ ଜାତିକୁ ନୂତନ ଢଙ୍ଗରେ ଗଢିତୋଳିବାରେ ବିଶେଷ ଗୁରୁତ୍ୱ ପ୍ରଦାନ କରି ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦିଗରେ ଠିକଣା ଭାବରେ ଦାୟିତ୍ୱ ନିର୍ବାହ କରିଥାନ୍ତି ବୋଲି କହିଥିଲେ। ବିଭାଗୀୟ ମୁଖ୍ୟ ଡଃ ପ୍ରଶାନ୍ତ କୁମାର ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରି ରାଜନୀତି ବିଜ୍ଞାନ ବିଭାଗ ମହାବିଦ୍ୟାଳୟର ପ୍ରତ୍ୟେକ ବିଭାଗ ଠାରୁ ସବୁ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କରି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିବା ଦିଗରେ ସହାୟକ ହେବ ବୋଲି ଘୋଷଣା କରିଥିଲେ। ମହାବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀ ପବିତ୍ର ବେହେରା, ସୁଭଲକ୍ଷ୍ମୀ ଜେନା, ସ୍ୱାଗତିକା ସ୍ୱାଇଁ, ଅର୍ପିତା ସାହୁ, ଲିପ୍ସା ପ୍ରିୟଦର୍ଶିନୀ, ଲିଜା ସାହୁ ପ୍ରମୁଖ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର +୩ ପ୍ରଥମବର୍ଷର ନବାଗତ ବିଦ୍ୟାର୍ଥୀ ସସ୍ମୀତା ଜେନାଙ୍କୁ ବିଭାଗ ପକ୍ଷରୁ +୨ରେ ସବୋଚ୍ଚ ନମ୍ବର ରଖି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଥିବାରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରାରମ୍ଭରେ ସମସ୍ତ ନବାଗତ ବିଦ୍ୟାର୍ଥୀ ଶପଥପାଠ କରିଥିଲେ। ଛାତ୍ରୀ ରିତୀକା ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.