ନବାଗତ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : କରୋନା ମହାମାରୀ ଭିତରେ ଦୀର୍ଘଦିନ ଧରି ଶିକ୍ଷାବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିଲା । ସଂଚାର ମାଧ୍ୟମରେ ବିଦ୍ୟାଏକାଦଶ ୧୧ଦଶ ଶ୍ରେଣୀର ନବାଗତ ବିଦ୍ୟାର୍ଥୀଙ୍କ ପାଇଁ ଆଜି ବାଳିସ୍ଥିତ ଶ୍ରୀ ଶ୍ରୀ ବିଜ୍ଞାନ ବୈଷୟିକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ମିତାଲି ମିତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରରେ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରିବା ସହିତ ବିଦ୍ୟାଳୟର ଭିତ୍ତିଭୂମି ,ଶୈକ୍ଷିକ ବାତାବରଣ, ଶିକ୍ଷାନୁଷ୍ଠାନରେ ଉପଲବ୍ଧ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଅବଗତ କରାଇବା ସଂଗେ ସଂଗେ ଶିକ୍ଷାୟତନ ପ୍ରତି ବିଦ୍ୟାର୍ଥୀଙ୍କ ମନୋନିବେଶ ସଂପର୍କୀୟ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଆମ ପରମ୍ପରା ସଂସ୍କୃତି ଅନୁଯାୟୀ ନବାଗତ ବିଦ୍ୟାର୍ଥୀମାନଙ୍କୁ ଫୁଲ ଚନ୍ଦନ ,ଧୂପ ଦୀପ ଦିଆଯାଇ ବନ୍ଦାପନା କରି ଶ୍ରେଣୀ ପ୍ରକୋଷ୍ଠକୁ ସ୍ୱାଗତ କରାଯାଇଥିଲା । ଡଃ ମମତା ସେନାପତି, ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ସାମଲ, ପ୍ରାଧ୍ୟାପିକା ସୁନନ୍ଦା ସାହୁ, ସୁରେଶ ଚନ୍ଦ୍ର ରାଉତରାୟ, ତୃପ୍ତିମୟୀ ଦାସ, ଦୀପକ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନବାଗତ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ।

Comments are closed.