ଓଜନ ହ୍ରାସ ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

ବର୍ତମାନ ସମୟରେ ଓଜନ ବୃଦ୍ଧି ସଭିଁଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଭୁଲ ଖାଦ୍ୟ-ପେୟର ଅଭ୍ୟାସ ଓ ପରିବର୍ତନ ଜୀବନଶୈଳୀ ପାଇଁ ଏହି ସମସ୍ୟା  ସୃଷ୍ଟି କରୁଛି। ଅଣ୍ଟା ଓ ପେଟ ନିକଟରେ ଜମାଟ ହେଉଥିବା ଚର୍ବି କାରଣରୁ ଶରୀର ଗଠନ ମଧ୍ୟ ଭିନ୍ନ ପ୍ରକାରର ଅନୁଭବ ହୋଇଥାଏ। ଓଜନ ହ୍ରାସ ପାଇଁ ଲୋକେ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ଜାଣନ୍ତୁ କିଛି ଟିପ୍ସ ବିଷୟରେ …..
– ଓଜନ ହ୍ରାସ ପାଇଁ ସକାଳେ ଶୀଘ୍ର ଉଠି ନିୟମିତ ବ୍ୟାୟାମ କରିବା ଉଚିତ।ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ।ଏହା ଦ୍ୱାରା ମେଟାବୋଲିଜିୟମ ମଧ୍ୟ ସଠିକ ରହିଥାଏ। ମୋଟାପଣ ଦୂର ପାଇଁ ନିୟମିତ ସକାଳେ ବ୍ୟାୟାମ କରନ୍ତୁ।
– ସକାଳର ଜଳଖିଆ ସ୍ୱାସ୍ଥ୍ୟକର ହେବା ଉଚିତ। ଅତି କମ ଖାଇବା ଉଚିତ ନୁହେଁ। ଅତି କମ ପରିମାଣରେ ଖାଇବା ଦ୍ୱାରା ମୋଟାପଣ, ରକ୍ତରେ ଶର୍କରା, ରକ୍ତଚାପ ବୃଦ୍ଧି ପାଇଥାଏ। ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଇଥାଏ। ସଠିକ ପରିମାଣରେ ସ୍ୱାସ୍ଥ୍ୟକର ଜଳଖିଆ ଖାଆନ୍ତୁ।
– ଭୋଜନରେ ସେହି ସମସ୍ତ ଖାଦ୍ୟକୁ ସାମିଲ କରନ୍ତୁ ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ଅଧିକ ସମୟ ପାଇଁ ଭର୍ତି ହୋଇ ରହିଥାଏ। ଯାହା ଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକ ହୋଇନଥାଏ ଓ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ।
ବିଶେଷଜ୍ଞଙ୍କ ମତରେ କଫିର ସେବନ କରିବା ଦ୍ୱାରା ମେଟାବୋଲିଜିୟମ ସଠିକ ରହିଥାଏ। ଏହା ଦ୍ୱାରା ମାନସିକ ଦୁଶ୍ଚିତା ଦୂର ହୋଇଥାଏ। ମାତ୍ର ଅଧିକ ମାତ୍ରାରେ ଏହାର ସେବନ କରନ୍ତୁ ନାହିଁ। ଦିନକୁ ଥରେ କିମ୍ବା ୨ଥର ଏହାକୁ ସେବନ କରିପାରିବେ।

Comments are closed.