ଓଜନ କମ୍ କରେ ଅଦା ଚା’

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ସ୍ବାସ୍ଥ୍ୟ ସଚେତନ ହୋଇଯାଇଛନ୍ତି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିମନ୍ତେ ଲୋକେ ଦେଶୀ ଉପଚାର କରିବାକୁ ପ୍ରାଧାନ୍ୟ ଦେଉଥିବାର ଦେଖାଯାଉଛି। ନିୟମିତ ଚା’ ପିଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥିବାବେଳେ ଅଦା ଚା’ ଓ ହଳଦୀ ଚା’ ଶରୀର ପାଇଁ ଅଧିକ ଭଲ।
-ସକାଳବେଳା ଅଦା ଚା’ ପିଇଲେ ସନ୍ଧ୍ୟା ସମୟରେ ହଳଦୀ ଚା’ ପିଇବା ଉଚିତ। ଅଦାରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ସହ ଭିଟାମିନ୍ ସି, କ୍ୟାଲସିୟମ୍, ମାଙ୍ଗାନିଜ୍, ଲୌହ, କପର, କ୍ରୋମିୟମ୍, ଫସ୍ଫରସ୍ ତତ୍ତ୍ବମାନ ଥାଏ। ଏଥିରେ ଥିବା ଜିନ୍ନୋଲ୍ ଓ ଶୌଗଲ୍ ନାମକ ଯୌଗିକ ତତ୍ତ୍ବ ଆମ ଓଜନ କମ୍ କରିବାରେ ସହାୟକ। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଅଦା ମିଶ୍ରିତ ଚା କିମ୍ବା କୌଣସି ପାନୀୟ ପିଇଲେ, ଅନେକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରହି ଭୋକ ଲାଗେନାହିଁ। ଅଦା ଚା’ ପିଇଲେ ଅମ୍ଳ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ଓଜନ ଶୀଘ୍ର କମ୍ କରିବାକୁ ଚାହୁଁଥିଲେ, ଅଦା ରସ ଓ ଲେମ୍ବୁରସକୁ ଉଷୁମ ପାଣିରେ ମିଶାଇ ପିଇଲେ ଅଳ୍ପ ଦିନରେ ଫରକ୍ ଜାଣିପାରିବେ।
-ସେହିପରି ହଳଦୀ ଚା’ ମଧ୍ୟ ଫ୍ୟାଟ୍ ବର୍ଣ୍ଣର୍ ପରି କାମ କରେ। ହଳଦୀରେ ଥିବା କରକ୍ୟୁମିନ୍ ତତ୍ତ୍ବ ଓଜନ କମ୍ କରିଥାଏ। ବିଶେଷଜ୍ଞ ଦଳ ୧୯୦୦ଜଣ ଲୋକଙ୍କୁ ନେଇ ପରୀକ୍ଷା କରିଥିବାବେଳେ ହଳଦୀ ଚା’ ମଧ୍ୟ ଶୀଘ୍ର ଓଜନ କମ୍ କରୁଥିବାର ପ୍ରକାଶ। ହଳଦୀରେ ଥିବା ପ୍ରୋଟିନ୍ ଓ ଅନ୍ୟାନ୍ୟ ତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ୧ମାସ ନିୟମିତ ହଳଦୀ ଚା’ ପିଇଲେ ଓଜନ କମ୍ ହେବା ସହ ଆମ ତ୍ବଚା ଓ କେଶ ଉପରେ ଉତ୍ତମ ପ୍ରଭାବ ପଡ଼େ।