ଅଗଷ୍ଟ ୧୦ ଯାଏ ଝାରସୁଗୁଡା ସାପ୍ତାହିକ ସଟଡ଼ାଉନ

ଝାରସୁଗୁଡ଼ା: ମହାମାରୀ ମୁକାବିଲା ପାଇଁ କଟକଣା ଯୁକ୍ତ ଅନଲକ ୨ ପରେ  ଶନିବାରଠାରୁ ଅନଲକ ୩ ଆରମ୍ଭ ହେଉଛି । ମାତ୍ର ଝାରସୁଗୁଡ଼ା  ଜିଲ୍ଲାରେ  ଜାରି ରହିିିଥିବା ସମସ୍ତ କଟକଣା ଅଗଷ୍ଟ ମାସ ୧୦ ତାରିଖ ଯାଏ ବଳବତ୍ତର ରହିବ ବୋଲି ପ୍ରଶାସନ ତରଫରୁ ନିର୍ଦେଶ ଜାରି କରାଯାଇଛି ।  ଆଜି ସନ୍ଧ୍ୟାରେ ଜାରି କରାଯାଇଥିବା ଆଦେଶ ଅନୁସାରେ ଜିଲାରେ ଲାଗୁ କରାଯାଇଥିବା  ଶନିବାର ଓ ରବିବାର କୁ ସାପ୍ତାହିକ ଦୁଇଦିନିଆ (ସଟଡାଉନ) ସମ୍ପୂର୍ଣ୍ଣ ବନ୍ଦ ଆଦେଶ ବଳବତ୍ତର ରହିବ ।

କୋରୋନା   ସଂକ୍ରମଣ ରୋକିବା ପାଇଁ   ଝାରସୁଗୁଡା ଜିଲ୍ଲାରେ ସାପ୍ତାହିକ ଦୁଇଦିନିଆ  ଜିଲ୍ଲା ସଟଡାଉନ କରା ଯାଉଥିଲା । ଜୁଲାଇ ୩୧ ଯାଏ  ଏହି  ସଟଡାଉନ ଆଦେଶ ଜାରି କରାଯାଇଥିଲା । ଆଜି ଏହାର ମିଆଦ ଶେଷ ହୋଇଥିଲା । ତେବେ ଅଗଷ୍ଟ ୧୦ ଯାଏ ଏହି ଆଦେଶ ବଳବତ୍ତର କରାଯାଇ ଥିବାରୁ ଆସନ୍ତା ଶନିବାର ରବିବାର ସମେତ ଆସନ୍ତା ସପ୍ତାହ ର ଶନିବାର ଓ ରବିବାର ସମଗ୍ର ଜିଲ୍ଲା ସଟଡାଉନ ରହିବ ।

Comments are closed.