ସାପ୍ତାହିକ ରାଶିଫଳ (୨୯ ମଇରୁ ୪ ଜୁନ୍ ୨୦୨୨)

ମେଷ :  ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଲାଭବାନ୍‌ ହେବେ। ବୁଧବାର ଓ ଗୁରୁବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ଯାନବାହନଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ :  ରବିବାର ଓ ସୋମବାର କାର୍ଯ୍ୟସିଦ୍ଧି ହେବେ। ମଙ୍ଗଳବାର ଓ ବୁଧବାର ଦ୍ରବ୍ୟ ଚୋରି ହୋଇପାରେ। ଗୁରୁବାର ଓ ଶୁକ୍ରବାର ପ୍ରଗତିଶୀଳ ହେବେ। ଶନିବାର ଉନ୍ନତି ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମିଥୁନ : ରବିବାର ଓ ସୋମବାର ନୂତନ ନିଯୁକ୍ତି ମିଳିପାରେ। ମଙ୍ଗଳବାର ଓ ବୁଧବାର କର୍ମତତ୍ପର ହେବେ। ଗୁରୁବାର ଓ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଶନିବାର ସାମାଜିକ ପ୍ରତିଷ୍ଠା ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ସ୍ତୋତ୍ର ପାଠ କରନ୍ତୁ।

କର୍କଟ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମଧ୍ୟମଫଳ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ୍‌ ହେବେ। ଶୁକ୍ରବାର ଓ ଶନିବାର ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ସିଂହ : ରବିବାର ଓ ସୋମବାର ଆହତ ହୋଇପାରନ୍ତି। ମଙ୍ଗଳବାର ଓ ବୁଧବାର ଯତ୍ନଶୀଳ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ୍‌ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା : ରବିବାର ଓ ସୋମବାର ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମଙ୍ଗଳବାର ଓ ବୁଧବାର ଭାବିଚିନ୍ତି କାର୍ଯ୍ୟ କରିବେ। ଗୁରୁବାର ଓ ଶୁକ୍ରବାର ଋଣଗ୍ରସ୍ତ ହେବେ। ଶନିବାର ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ତୁଳା : ରବିବାର ଓ ସୋମବାର ପ୍ରଗତିଶୀଳ ହେବେ। ମଙ୍ଗଳବାର ଓ ବୁଧବାର ପଦୋନ୍ନତି ମିଳିବ। ଗୁରୁବାର ଓ ଶୁକ୍ରବାର ଆର୍ଥିକ ସମସ୍ୟା ଦୂରହେବ। ଶନିବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହଂ ପବନନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।

ବିଛା : ରବିବାର ଓ ସୋମବାର ବିଜୟୀ ହେବେ। ମଙ୍ଗଳବାର ଓ ବୁଧବାର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଗୁରୁବାର ଓ ଶୁକ୍ରବାର ବିପଦରେ ପଡ଼ିବେ। ଶନିବାର ଅର୍ଥଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସତର୍କତା ଅବଲମ୍ବନ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କମଳାତ୍ମିକା ମନ୍ତ୍ର ପାଠ କରନ୍ତୁ।

ଧନୁ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦାମ୍ପତ୍ୟରେ ମନାନ୍ତର ଦେଖାଦେବ। ବୁଧବାର ଓ ଗୁରୁବାର ବନ୍ଧୁମିଳନ ଘଟିପାରେ। ଶୁକ୍ରବାର ଓ ଶନିବାର ପ୍ରଜ୍ଞାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ମା’ ଦୁର୍ଗାଙ୍କ ସହସ୍ରନାମ ପାଠ କରନ୍ତୁ।

ମକର : ରବିବାର ଓ ସୋମବାର ସୁସମ୍ବାଦ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ । ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।

କୁମ୍ଭ : ରବିବାର ଓ ସୋମବାର ସମସ୍ୟାଯୁକ୍ତ ହେବେ। ମଙ୍ଗଳବାର ଓ ବୁଧବାର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବେ। ଶନିବାର ଭ୍ରମଣପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।

ମୀନ : ରବିବାର ଓ ସୋମବାର ଲାଭବାନ ହେବେ। ମଙ୍ଗଳବାର ଓ ବୁଧବାର ସତର୍କତା ଅବଲମ୍ବନ କରନ୍ତୁ। ଗୁରୁବାର ଓ ଶୁକ୍ରବାର କର୍ମ ଅନୁରୂପ ଫଳ ପାଇବେ। ଶନିବାର ସ୍ଥିରଚିତ୍ତ ହୋଇ କାର୍ଯ୍ୟ କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ। 

Comments are closed.