ସାପ୍ତାହିକ ରାଶିଫଳ ୩୦.୦୧.୨୨ – ୦୫.୦୨.୨୨

ମେଷ: ରବିବାର ଓ ସୋମବାର ଯାତ୍ରା ସଫଳତା ପ୍ରଦାନ କରିବ। ମଙ୍ଗଳବାର ଓ ବୁଧବାର ଋଣଗ୍ରସ୍ତ ହୋଇପାରନ୍ତି। ଗୁରୁବାର ଓ ଶୁକ୍ରବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ଶନିବାର ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବଜରଙ୍ଗବାଣ ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଶୁଭଫଳ ଲାଭହେବ। ବୁଧବାର ଓ ଗୁରୁବାର ସୃଜନଶୀଳ ହେବେ। ଶୁକ୍ରବାର ଓ ଶନିବାର ଶାନ୍ତିଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ଶିବ ପୁତ୍ରାୟ ବିଦ୍ମହେ ଭୃଗୁତନୟ ଧୀମହି ତନ୍ନୋଶୁକ୍ର ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଭାଗ୍ୟବାନ ହେବେ। ମଙ୍ଗଳବାର ଓ ବୁଧବାର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେ​‌େ​‌ବ। ଗୁରୁବାର ଓ ଶୁକ୍ରବାର ଅସୁସ୍ଥତା ଦେଖାଦେବ। ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ମାନିତ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ବିବାଦରେ ପଡ଼ିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଶୁକ୍ରବାର ଓ ଶନିବାର ସକାରାତ୍ମକ ଚିନ୍ତାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ବଟୁକାୟ ଆପଦୁଦ୍ଧାରଣାୟ କୁରୁକୁରୁ ବଟୁକାୟ ହ୍ରୀଂ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ଦାମ୍ପତ୍ୟରେ ଆନନ୍ଦପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଯେପରି କାର୍ଯ୍ୟ କରିବେ ସେ ପ୍ରକାର ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ କ୍ଳୀଂ ମାତଙ୍ଗୈ ଫଟ୍‌ ସ୍ବାହା ମନ୍ତ୍ର ଜପ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ବିବାହ ପ୍ରସ୍ତାବ ଆସିପାରେ। ଗୁରୁବାର ଓ ଶୁକ୍ରବାର ଶତ୍ରୁଠାରୁ ଦୂରେଇ ରୁହନ୍ତୁ। ଶନିବାର ମାଲିମକଦ୍ଦମାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଦ୍ରୀ ଦ୍ରାଂ ଦ୍ରୋଂ ସଃ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର ସମ୍ବେଦନଶୀଳ ହେବେ। ମଙ୍ଗଳବାର ଓ ବୁଧବାର ଦୂରଯାତ୍ରା କରିପାରନ୍ତି। ଗୁରୁବାର ଓ ଶୁକ୍ରବାର ପାରିବାରିକ ଶାନ୍ତିପ୍ରାପ୍ତ ହେବ। ଶନିବାର ଅସୁସ୍ଥତା ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମୋ ନାରାୟଣାୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ଓ ସୋମବାର ଅବସାଦ ଗ୍ରସ୍ତହେବେ। ମଙ୍ଗଳବାର ଓ ବୁଧବାର ସୃଜନଶୀଳ ହେବେ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ପାଇବେ। ରିଷ୍ଟଖଣ୍ଡନ ପାଇଁ ଅଞ୍ଜନେନାୟ ବିଦ୍ମହେ ମହାବଳାୟ ଧୀମହି ତନ୍ନୋ ହନୁମତେ ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଓ ସୋମବାର ଭାଇଙ୍କ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ରିଷ୍ଟଖଣ୍ଡନ ପାଇଁ ଓଁ ଗୁରୁଦେବାୟ ବିହ୍ମହେ ପରଂବ୍ରହ୍ମନ୍ତେ ଧୀମହି ତନ୍ନୋରୁଦ୍ର ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ମକର: ରବିବାର ଓ ସୋମବାର ଶତ୍ରୁଠାରୁ ଦୂରେଇ ରହିବା ଭଲ। ମଙ୍ଗଳବାର ଓ ବୁଧବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଗୁରୁବାରଠାରୁ ଶନିବାର ପର୍ପ୍ୟନ୍ତ ଋଣକୁ ନେଇ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମସ୍ୟା ସମାଧାନ ପାଇଁ ବ୍ରତୀ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ଆୟବୃଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଗୁରୁବାର ଓ ଶୁକ୍ରବାର ଆଇନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ। ଶନିବାର ଯାତ୍ରାକାଳୀନ ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଓ ସୋମବାର ଶତ୍ରୁଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ଧନପ୍ରାପ୍ତି ହେବ। ଗୁରୁବାର ଓ ଶୁକ୍ରବାର ପିଲାଙ୍କୁ ନେଇ ସମସ୍ୟା ଦେଖାଦେବ। ଶନିବାର ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

Comments are closed.