ସାପ୍ତାହିକ ରାଶିଫଳ (୦୭.୧୧.୨୧-୧୩.୧୧.୨୧)

ମେଷ: ରବିବାର ଓ ସୋମବାର ଯାତ୍ରାକାଳୀନ ସାବଧାନତା ଲୋଡ଼ା। ମଙ୍ଗଳବାର ଓ ବୁଧବାର ବନ୍ଧୁଙ୍କ ଗହଣରେ ସମୟ ବିତିବ। ଗୁରୁବାର ଓ ଶୁକ୍ରବାର ଚକ୍ଷୁଜନିତ ସମସ୍ୟା ଦେଖାଦେବ। ଶନିବାର ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ମାଲିମକଦ୍ଦମାରେ ବିଜୟୀ ହେବେ। ମଙ୍ଗଳବାର ଓ ବୁଧବାର କର୍ମକ୍ଷେତ୍ରରେ ପ୍ରତିଷ୍ଠା ପାଇବେ। ଗୁରୁବାର ଓ ଶୁକ୍ରବାର ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶନିବାର ପ୍ରଗତିରେ ବାଧା ସୃଷ୍ଟି ହେବ। ମହିଳା ଓ ବିଦ୍ୟାର୍ଥୀ ଅପମାନିତ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଦାମ୍ପତ୍ୟରେ କଳହ ଦେଖାଦେବ। ମଙ୍ଗଳବାର ଓ ବୁଧବାର ପରିଶ୍ରମଜନିତ କ୍ଳାନ୍ତି ଅନୁଭୂତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ମା’ ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ପ୍ରୀତିଲାଭ କରିବେ। ମଙ୍ଗଳବାର ଓ ବୁଧବାର ଅଯଥା କାର୍ଯ୍ୟରେ ହସ୍ତକ୍ଷେପ ଯୋଗୁଁ ଅପମାନିତ ହେବେ। ଗୁରୁବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ମଧ୍ୟମ ଫଳ ପ୍ରଦାନ କରିବ। ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବସ୍ତୋତ୍ର ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମ ଅନୁରୂପ ଫଳ ପ୍ରାପ୍ତି ହେବ। ଶନିବାର ସମସ୍ୟା ମୁକ୍ତ ପାଇଁ ପ୍ରୟାସ କରିବେ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଭଟ୍ଟାରିକା ଅଷ୍ଟକ ପାଠ କରନ୍ତୁ ।
କନ୍ୟା: ରବିବାର ଓ ସୋମବାର ଋଣଗ୍ରସ୍ତ ହେବେ। ମଙ୍ଗଳବାର ଓ ବୁଧବାର ପ୍ରତିଯୋଗିତରେ ବିଜୟୀ ହେବେ। ଗୁରୁବାର ଓ ଶୁକ୍ରବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ଶନିବାର ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର ଋଣଗ୍ରସ୍ତ ହେବେ। ମଙ୍ଗଳବାର ଓ ବୁଧବାର ବ୍ୟବସାୟରେ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଅଟକିଥିବା କାର୍ଯ୍ୟରେ ସଫଳତା ପାଇବେ। ଶନିବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ଓ ସୋମବାର ନୂତନ ଦ୍ରବ୍ୟ କ୍ରୟ କରିବେ। ମଙ୍ଗଳବାର ଓ ବୁଧବାର ବିରୋଧାଭାସର ସମ୍ମୁଖୀନ ହେବେ। ଗୁରୁବାର ଓ ଶୁକ୍ରବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ଶନିବାର ସମସ୍ୟା ମୁକ୍ତ ପାଇଁ ପ୍ରୟାସ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନଙ୍କ ମନ୍ତ୍ର ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ପ୍ରତିକୂଳ ପରିସ୍ଥିତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଚଣ୍ଡୀ ଅନ୍ତର୍ଗତ ଅର୍ଗଳ ସ୍ତୋତ୍ର ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଯଶ, ମାନ ଓ ଗୌରବ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଅତୀତର କର୍ମକୁ ନେଇ ପଶ୍ଚାତ୍ତାପ କରିବେ। ଗୁରୁବାର ଓ ଶୁକ୍ରବାର ଶାରୀରିକ ଅସୁସ୍ଥତା ଦୂରହେବ। ଶନିବାର ଧୌର୍ଯ୍ୟହାନି ଘଟିପାରେ। ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ର ନାମ କାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ସମସ୍ୟାଯୁକ୍ତ ହେବେ। ମଙ୍ଗଳବାର ଓ ବୁଧବାର ଶତ୍ରୁ ପରାସ୍ତ ହେବେ। ଗୁରୁବାର ଓ ଶୁକ୍ରବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଗୁରୁବାର ଓ ଶୁକ୍ରବାର ପ୍ରତିଷ୍ଠା ଲାଭ କରିବେ। ଶନିବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।

Comments are closed.