ସାପ୍ତାହିକ ରାଶିଫଳ (୨୪.୧୦.୨୧-୩୦.୧୦.୨୧)

ମେଷ: ରବିବାର ଓ ସୋମବାର କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଅଯଥା ଖର୍ଚ୍ଚାନ୍ତ ହୋଇପାରେ। ମଙ୍ଗଳବାର ଓ ବୁଧବାର ଯାତ୍ରା ଅନୁକୂଳ ରହିବ। ଗୁରୁବାର ଓ ଶୁକ୍ରବାର ବିପଦରେ ପଡ଼ିପାରନ୍ତି। ଶନିବାର କର୍ମ ଅନୁସାରେ ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ଶୁକ୍ରବାର ଓ ଶନିବାର ପ୍ରୀତିଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ତତ୍‌ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋରୁଦ୍ର ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଅଯଥା ଚିନ୍ତା ବଳବତ୍ତର ରହିବ। ମଙ୍ଗଳବାର ଓ ବୁଧବାର ସନ୍ତାନ ଚିନ୍ତା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବିବାହ ପ୍ରସ୍ତାବ ଆସିପାରେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ର ନାମ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଋଣମୁକ୍ତି ପାଇଁ ପ୍ରୟାସ କରିବେ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଆଘାତ ଲାଗିପାରେ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ସଫଳତା ପ୍ରାପ୍ତ ହେବ। ଭ୍ରମଣପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ବ୍ୟୟ ଅଧିକ ହେବ। ମଙ୍ଗଳବାର ଓ ବୁଧବାର ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବେ। ଗୁରୁବାର ଓ ଶୁକ୍ରବାର ଯାତ୍ରାକାଳୀନ ସମସ୍ୟା ଦେଖାଦେବ। ଶନିବାର ଆୟ ମଧ୍ୟମ ରହିବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଆର୍ଥିକ ସମସ୍ୟା ଦୂରୀଭୂତ ହେବ। ମଙ୍ଗଳବାର ଓ ବୁଧବାର ବ୍ୟବସାୟରେ ସାବଧାନତା ଲୋଡ଼ା। ଗୁରୁବାର ଓ ଶୁକ୍ରବାର ସୁସମ୍ବାଦ ପ୍ରାପ୍ତ ହେବ। ଶନିବାର ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର ପଡ଼ୋଶୀଙ୍କ ସହିତ ଜଗିରଖି ଚଳିବା ଆବଶ୍ୟକ। ବିବାଦରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ଶନିବାର କର୍ମ ଅନୁସାରେ ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ମନ୍ତ୍ର ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ଦୂରଯାତ୍ରା କରିବେ। ମଙ୍ଗଳବାର ଓ ବୁଧବାର ଭାବିଚିନ୍ତି କାର୍ଯ୍ୟ କରିବେ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟରେ ସଫଳତା ପାଇବେ। ଶନିବାର କର୍ମବନ୍ଧନ ଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ବଗଳାମୁଖୀଙ୍କ ମନ୍ତ୍ର ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଗୁରୁବାର ଓ ଶୁକ୍ରବାର ଉଧାର ରୂପେ କାହାକୁ ଅର୍ଥ ଦିଅନ୍ତୁ ନାହିଁ। ଶନିବାର ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ଯାତ୍ରାକାଳୀନ ସମସ୍ୟା ଦେଖାଦେବ। ଗୁରୁବାର ଓ ଶୁକ୍ରବାର ଭ୍ରମଣପ୍ରିୟ ହେବେ। ଶନିବାର ଆଚାର ଓ ବ୍ୟବହାରରେ ସଂଯମୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ଶତ୍ରୁ ଦମନରେ ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ସନ୍ତାନ ହେତୁକ ସମସ୍ୟା ସୃଷ୍ଟି ହେବ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପ୍ରତିବନ୍ଧକ ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆନନ୍ଦଚିତ୍ତ ହେବେ। ବୁଧବାର ଓ ଗୁରୁବାର ନିଜର ଯୁକ୍ତି ବଳରେ ଶତ୍ରୁକୁ ପରାସ୍ତ କରିବେ। ଶୁକ୍ରବାର ଓ ଶନିବାର ସନ୍ତାନ ଲାଭ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ ମନ୍ତ୍ର ଜପ କରନ୍ତୁ।

Comments are closed.