ସାପ୍ତାହିକ ରାଶିଫଳ (୧୭/୧୦ରୁ ୨୩/୧୦/୨୦୨୧)

ମେଷ :  ରବିବାର ଓ ସୋମବାର ପାରିବାରିକ ଖୁସି ଲାଭ କରିବେ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ବଗଳାମୁଖୀଙ୍କ ମନ୍ତ୍ର ପାଠ କରନ୍ତୁ।

ବୃଷ : ରବିବାର ଓ ସୋମବାର ଖ୍ୟାତି ଅର୍ଜନ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ପାଇବେ। ସାମାଜିକ ପ୍ରତିଷ୍ଠା ପାଇବେ। ଶୁକ୍ରବାର ଓ ଶନିବାର ଆଘାତ ପ୍ରାପ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।

ମିଥୁନ : ରବିବାର ଓ ସୋମବାର ପରିଶ୍ରମ ଅନୁସାରେ ଫଳ ପାଇବେ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ଶୁକ୍ରବାର ଓ ଶନିବାର ନୂତନ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଗଣେଶ ମନ୍ତ୍ର ଜପ କରନ୍ତୁ।

କର୍କଟ : ରବିବାର ଓ ସୋମବାର ଅସ୍ଥିରମନା ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଆଘାତ ପ୍ରାପ୍ତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର କର୍ମଅନୁସାରେ ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ସିଂହ : ରବିବାର ଓ ସୋମବାର କାର୍ଯ୍ୟରେ ସଫଳତା ପାଇବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଶୁକ୍ରବାର ଓ ଶନିବାର କର୍ମ ଅନୁସାରେ ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା : ରବିବାର ଓ ସୋମବାର ଆର୍ଥିକ ଚିନ୍ତା ରହିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ଭ୍ରାତୃବିବାଦ ଦେଖାଦେବ। ଆଘାତ ପ୍ରାପ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।

ତୁଳା : ରବିବାର ଓ ସୋମବାର ଅଟକିଥିବା କାର୍ଯ୍ୟ ସମାପନ ହେବ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। କର୍ମଅନୁସାରେ ଫଳ ପାଇବେ। ଶୁକ୍ରବାର ଓ ଶନିବାର ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ପାଇବେ। ରିଷ୍ଟଖଣ୍ଡନ ପାଇଁ ମା’ ଲକ୍ଷ୍ମୀଙ୍କ ମନ୍ତ୍ର ପଢ଼ନ୍ତୁ।

ବିଛା : ରବିବାର ଓ ସୋମବାର ନୂତନ କାର୍ଯ୍ୟ ଆରମ୍ଭ କରିବେ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ମନୋବାଞ୍ଛା ପୂର୍ଣ୍ଣ ହେବ। ଶୁକ୍ରବାର ଓ ଶନିବାର କାର୍ଯ୍ୟସିଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀମାନେ ଭାଗ୍ୟବାଦୀ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।

ଧନୁ : ରବିବାର ଓ ସୋମବାର ନୂତନ କାର୍ଯ୍ୟ ଆରମ୍ଭ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଶୁକ୍ରବାର ଓ ଶନିବାର କାର୍ଯ୍ୟସିଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ପାଇବେ। ମହିଳା ଓ ବିଦ୍ୟାର୍ଥୀମାନେ ଭାଗ୍ୟବାଦୀ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚପାଠ କରନ୍ତୁ।

ମକର : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ବୁଧବାରଠାରୁ ଶନିବାର ପର୍ଯ୍ୟନ୍ତ କ୍ଳେଶ ଅନୁଭୂତ ହେବ। ମଧ୍ୟମ ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ ସମସ୍ୟାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ଓ ଜଳାଧିବାସ କରନ୍ତୁ।

କୁମ୍ଭ : ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବେ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀ ସହସ୍ର ନାମ ପାଠ କରନ୍ତୁ।

ମୀନ : ରବିବାର ଓ ସୋମବାର ସାବଧାନତା ଲୋଡ଼ା। ମଧ୍ୟମ ଫଳ ପାଇବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ମଧ୍ୟମ ଧରଣର ରହିବ। ଶୁକ୍ରବାର ଓ ଶନିବାର ସାମାଜିକ ପ୍ରତିଷ୍ଠା ପାଇବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସ୍କନ୍ଦ କବଚ ପାଠ କରନ୍ତୁ। n

Comments are closed.