ମଧ୍ୟପ୍ରଦେଶରେ ସପ୍ତାହନ୍ତ ଲକଡାଉନ୍‌

ଭୋପାଳ: ମଧ୍ୟପ୍ରଦେଶରେ କରୋନାର ନୂଆ ଷ୍ଟ୍ରେନ ଭୟଙ୍କର ରୂପ ନେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମହାରାଷ୍ଟ୍ର ଏବଂ ଗୁଜରାଟ ସୀମାକୁ ସିଲ୍‌ କରିଦେଇଥିବାବେଳେ ଚଳିତ ସପ୍ତାହରୁ ସପ୍ତାହନ୍ତ ଲକ୍‌ଡାଉନ ଲାଗୁ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ଏହି ଲକଡାଉନ ବଳବତ୍ତର ରହିବ ବୋଲି ସରକାର ଗୁରୁବାର ଘୋଷଣା କରିଛନ୍ତି।

ସରକାର ପ୍ରଥମେ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଥିଲେ। ପ୍ରତ୍ୟହ ରାତି ୧୦ଟାରୁ ସକଳା ୬ଟା ଯାଏ ଏହା ଲାଗୁ ହେଉଥିଲା। କିନ୍ତୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ସହରାଞ୍ଚଳରେ ସପ୍ତାହକୁ ୨ ଦିନ ସବୁକିଛି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.