ଶୁଭ ଫଳ ପାଇଁ ବାର ଅନୁଯାୟୀ କରନ୍ତୁ ଏହି କାର୍ଯ୍ୟ

0

ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର ଓ ଶନି ବାରମାନଙ୍କର ସ୍ୱାମୀ ଅଟନ୍ତି। ଶୁଭ ମୁହୂର୍ତ୍ତ ଅନୁସାରେ ସାତବାରରେ ଯେକୌଣସି କାର୍ଯ୍ୟ କରିବା ବେଳେ ଆରାଧ୍ୟ ଦେବତାଙ୍କର ପୂଜା କରିବା ଉଚିତ। ବିଭିନ୍ନ ବାରରେ ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରାଯାଇଥାଏ। ନିୟମ ଅନୁଯାୟୀ ବାରର ସ୍ୱାମୀଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ …
ରବିବାର: ରବିବାର ସୂର୍ଯ୍ୟଙ୍କର ବାର ଅଟେ। ସୂର୍ଯ୍ୟଙ୍କ ପୂଜା କରିବା ଦ୍ୱାରା ଅନେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ଦୁଃସାଧ୍ୟ ରୋଗରେ ପୀଡିତ ଥିଲେ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ। ରବିବାର ଦିନ ଯଜ୍ଞାଦି କାର୍ଯ୍ୟ କରିବା ଉଚିତ। ଏହାଦ୍ୱାରା ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ। ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ।
ସୋମବାର: ହଳଦୀ ଓ ଚନ୍ଦନ ଲଗାଇବା, ଶୃଙ୍ଗାରର ଦ୍ରବ୍ୟ କିଣିବା ଓ ତାର ବ୍ୟବହାର କରିବା, ଫଳ ରସ ପାନ କରିବା, ବୃକ୍ଷରୋପଣ କରିବା ଇତ୍ୟାଦି କାର୍ଯ୍ୟ ସୋମବାର ଦିନ କରିବା ଉଚିତ।
ମଙ୍ଗଳବାର: କର୍ମ କ୍ଷେତ୍ର ପାଇଁ ଅଧିକ ଦାୟିତ୍ବବାନ ହେବା, ବ୍ୟାୟାମ ଆରମ୍ଭ କରିବା ଶୁଭ ହୋଇଥାଏ। ଏହାଦ୍ୱାରା ସ୍ୱାସ୍ଥ୍ୟ ଭଲ ମଧ୍ୟ ରହିଥାଏ।
ବୁଧବାର: ବୁଧବାର ଦିନ ଝିଅ ବିବାହ ଠିକ କରିବା କାର୍ଯ୍ୟ କରିବା ଉତ୍ତମ ଅଟେ। ଯେକୌଣସି କାର୍ଯ୍ୟ ଏହିଦିନ ଆରମ୍ଭ କରିବା ଦ୍ୱାରା ଶୁଭଫଳ ମିଳିଥାଏ। ରାଗି ଥିବା ଲୋକଙ୍କୁ ଏହିଦିନ ବୁଝାଇବା ଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜଭୂତ ହୋଇଥାଏ। ଏହିଦିନ ନୂତନ ବସ୍ତ୍ର ଧାରଣ କରିବା ମଧ୍ୟ ଭଲ ଅଟେ।
ଗୁରୁବାର: ଗୁରୁବାର ଦିନ ଆମିଷ ଖାଇବା ଅନୁଚିତ। ଯେକୌଣସି କାର୍ଯ୍ୟ କରିବା ବେଳେ ମାତା ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରିବା ଉଚିତ। କୌଣସି କାର୍ଯ୍ୟରେ ବାହାରକୁ ଯିବା ବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଶିକ୍ଷା ଆରମ୍ଭ କରିବା, କୃଷି କାର୍ଯ୍ୟ ଆରମ୍ଭ କରିବା, ବସ୍ତ୍ର କିଣିବା, ମହିଳାଙ୍କ ନିମନ୍ତେ ଆଭୂଷଣ କିଣିବା ଶୁଭ ହୋଇଥାଏ।
ଶୁକ୍ରବାର: ଶୁକ୍ରବାର ଦିନ କନ୍ୟା ଦାନ, ଗୋଦାନ, ନବୀନ ବସ୍ତ୍ର କ୍ରୟ କରିବା ଉଚିତ। ଏହାସହ ଗୀତ ବୋଲିବା, ବାଦ୍ୟଯନ୍ତ୍ର ବଜାଇବା, ନୃତ୍ୟ ଅଭ୍ୟାସ ଆରମ୍ଭ କରିବା ଶୁଭ ଅଟେ।
ଶନିବାର: ନୂତନ ଘର ପାଇଁ ଜାଗା କିଣିବା, ଗୃହ ପ୍ରବେଶ କରିବା, ଘର ସଫା କାର୍ଯ୍ୟ ଶନିବାର ଦିନ କରିବା ଉଚିତ। ଏହିଦିନ ଗରିବ ବ୍ୟକ୍ତିଙ୍କୁ ତେଲ ଦାନ କରିବା ଉଚିତ।

Leave A Reply