ବୁଧବାର ରାଶିଫଳ -୧୭.୦୩.୨୦୨୧

ମେଷ: ଆଶାବାଦୀ ହୋଇପାରନ୍ତି। ଭଲ ରୋଜଗାର ହେବାର ସୂଚନା ମିଳୁଛି। ଐଶ୍ୱର୍ୟ୍ୟଯୁକ୍ତ ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ସୁସ୍ଥ ରହିବେ।
ବୃଷ: କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବା ଆଶାକରାଯାଏ। ସାହସୀ ହେବେ। ଭାଷା ମଧୁର ହେବ। ଲୋକାଦୃତ ହୋଇପାରନ୍ତି। ଜ୍ଞାନ ଗରିମାଯୁକ୍ତ ହେବେ।
ମିଥୁନ: କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରି ପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭର ସୁଯୋଗ ଅଛି।
କର୍କଟ: ମନ ପ୍ରସନ୍ନ ରହିବ। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।
ସିଂହ: କର୍ତ୍ତବ୍ୟ ପରାୟଣ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ ସମୟ ବିତାଇ ପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶରୀର ସୁସ୍ଥ ରହିବ।
କନ୍ୟା: ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହୋଇପାରନ୍ତି। କେତେକ ମିତ୍ର ସ୍ୱାର୍ଥପର ହୋଇ କରଛଡ଼ା ଦେଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନ କରିବା ଭଲ।
ତୁଳା: ବ୍ୟବସାୟ ଲାଭଜନକ ହେବ। ସମାଜ ସେବା କାର୍ୟ୍ୟରେ ଯୋଗଦେଇ ପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଅବିବାହିତଙ୍କର ମନୋରାମା କନ୍ୟା ସହ ବିବାହ ସ୍ଥିର ହେବ।
ବିଛା: ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ଧନୁ: କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଆପଣଙ୍କ ମାନ ସମ୍ମାନ ବଢ଼ାଇପାରେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ।
ମକର: ଉଦାର ପ୍ରକୃତିର ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତରୁ ଲାଭ ମିଳିପାରେ। ପ୍ରେମୀ ଓ ବୁଦ୍ଧିମାନ୍‍ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ।
କୁମ୍ଭ: ମନ ପ୍ରସନ୍ନ ରହିବ। ଈଶ୍ୱର ବିଶ୍ୱାସୀ ହେବେ। ମଧୁର ଭାଷା ବ୍ୟବହାର କରି ଅଧସ୍ଥନଙ୍କ ଠାରୁ କାମ ଆଦାୟ କରିବାରେ ପାରଙ୍ଗମ ହେବେ। ନୀତିନିଷ୍ଠ ଭାବେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଅସାଧ୍ୟ କାର୍ୟ୍ୟକୁ ସାଧନ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ।
ମୀନ: ଭାଗ୍ୟଶାଳୀ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିତ୍ର ମାନଙ୍କ ସହଯୋଗ ମିଳିବ। ବିଭିନ୍ନ ସୂତ୍ରରୁ ଧନାଗମ ହେବ।

Comments are closed.