ବୁଧବାର ରାଶିଫଳ(୧୪ ଅକ୍ଟୋବର ୨୦୨୦)

ମେଷ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଲକ୍ଷ୍ୟ ହାସଲ କରିପାରିବେ। କର୍ମ ତତ୍ପରତା ପ୍ରକାଶ ପାଇବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବୁଦ୍ଧି ପ୍ରୟୋଗ କରି, ନିଧି ପ୍ରାପ୍ତ ହେବେ। ସୁଖ ମିଳିବ। ଚିତ୍ତ ସନ୍ତୁଷ୍ଟ ହେବ।
ବୃଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପରିବାରଙ୍କ ସମେତ, ବହୁ ସୁଖର ଅଧିକାରୀ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ବିନୀତ ସ୍ୱଭାବଯୁକ୍ତ ହେବେ। ଧର୍ମ ରକ୍ଷା କରି ଓ କ୍ଷମତାଯୁକ୍ତ ହୋଇପାରନ୍ତି।
ମିଥୁନ: ପରିବାରର ଶ୍ରଦ୍ଧା ଭାଜନ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ମନରେ ସରସତା ଆସିବ। ସତ୍‍ସଙ୍ଗୀ ହେବେ। ସୁଖ ଶାନ୍ତିରେ ସମୟ ଅତିବାହିତ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ସମ୍ମାନିତ ହେବେ।
କର୍କଟ: ଆଶାବାଦୀ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁ ଧନର ଅଧିକାରୀ ହେବେ। ଭୋଗ-ବିଳାସ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ସୁଖୀ ଓ ବିଜୟୀ ହେବେ।
ସିଂହ: ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ଉପରେ କାର୍ଯ୍ୟ କରି ଚାଲିବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ରୁଚିକର ଭୋଜନ ମିଳିବ। ଧନଯୁକ୍ତ ହେବେ।
କନ୍ୟା: ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ନିଷ୍ଠାପର ଭାବେ କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି। ପ୍ରୀତି ଭୋଜନ ମିଳିପାରେ। ଚିନ୍ତାମୁକ୍ତ ହେବେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।
ତୁଳା: ଚିନ୍ତାଧାରା ଉନ୍ନତମାନର ହେବ। ମୂଲ୍ୟବାନ ଦ୍ରବ୍ୟ ସଂଗ୍ରହ କରିପାରନ୍ତି। ଧନ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ସୁଖ-ସନ୍ତୋଷ ଲାଭ କରିବେ।
ବିଛା: କାର୍ଯ୍ୟ ଉତ୍ସାହଜନକ ହେବ। ବିପଦ ଦୂରେଇ ଯିବ। ସର୍ବାଙ୍ଗୀନ ଉନ୍ନତି ହେବ। ହର୍ଷଯୁକ୍ତ ହେବେ। ଭାଷାରେ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଧନଶାଳୀ ହେବାର ସୂଚନା ମିଳୁଛି। ପରାକ୍ରମୀ ହେବେ। ଦାନ ଧର୍ମ କରିପାରନ୍ତି।
ଧନୁ: କାର୍ଯ୍ୟ ପାଇଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଆଶ୍ୱାସନା ମିଳିବ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନାଗମର ସୂଚନା ମିଳୁଛି। ନିଜ ପ୍ରିୟଜନଙ୍କ ପ୍ରତି ଅନୁରକ୍ତି ରହିବ। ଅଭୀଷ୍ଟ ମହତ ହେବ।
ମକର: ଆଗକୁ ମାଡ଼ି ଚାଲିବାର ପ୍ରୟାସ ଜାରି ରଖିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି, ଯାତ୍ରା ଅବ୍ୟାହତ ରହିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କ ରହିବେ।
କୁମ୍ଭ: ମନରେ ପ୍ରସନ୍ନ ଭାବ ଦେଖା ଦେବ। କାର୍ଯ୍ୟକୁ କରାୟତ୍ତ କରିବାରେ ସିଦ୍ଧହସ୍ତ ହେବେ। ଧନାଗମର ସୂଚନା ମିଳୁଛି। ବିଭାଗୀୟ ଅର୍ଥ ମିଳିପାରେ। ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ପରୋପକାରୀ ହେବେ।
ମୀନ: ଅଜାତଶତ୍ରୁ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ବହୁ ଶୁଭଫଳ ଆଶା କରାଯାଏ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।

Comments are closed.