ବୁଧବାର ରାଶିଫଳ ୧୫। ୦୭। ୨୦୨୦

ମେଷ: ଧନବାନ୍‍ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନ ଆଶାନୁରୂପ ହେବ। ଶାରୀରିକ ଶକ୍ତିବୃଦ୍ଧିର ସୂଚନା ମିଳୁଛି। ସ୍ୱାସ୍ଥ୍ୟବାନ୍‍ ହେବେ। ନୂଆବନ୍ଧୁ ଜୁଟିବେ। ନୀତିବାଦୀ, ବିନୀତ, ଚତୁର ଓ ଯୁଦ୍ଧପ୍ରିୟ ହେବେ।
ବୃଷ: ବ୍ୟୟାଧିକ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ପାରିବାରିକ ଶାନ୍ତି ମିଳିବ। ଶୁଭ ସମ୍ବାଦ ପାଇ ଖୁସି ହେବେ। ଗୁରୁକୃପା ଲାଭ କରିପାରନ୍ତି। ଧାର୍ମିକ ମନୋଭାବାପନ୍ନ ହେବେ।
ମିଥୁନ: ଆଗକୁ ବଢ଼ିବାକୁ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ଅର୍ଥାଗମ ହେବ।
କର୍କଟ: ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କୀର୍ତ୍ତିମାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। ସରକାରୀ କୃପାପାତ୍ର ହେବେ। ନୃତ୍ୟ-ସଙ୍ଗୀତପ୍ରିୟ ହେବେ।
ସିଂହ: ନୂତନ ନିଯୁକ୍ତି ମିଳିବାର ସୁଯୋଗ ଅଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଧର୍ମ-କର୍ମ ସଂପାଦନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଧନଯୁକ୍ତ ହେବେ। ସମ୍ମାନାସ୍ପଦ ହୋଇପାରନ୍ତି। ପତ୍ନୀ, ପୁତ୍ର ପ୍ରୀତିଯୁକ୍ତ ହେବା ଆଶା କରାଯାଏ।
କନ୍ୟା: ପରୋପକାରୀ ହେବେ। ଆଚାର ଓ ବ୍ୟବହାରରେ ଯେସାକୁ ତେସା ନୀତି ଅବଲମ୍ବନ କରିପାରନ୍ତି। ଜନପ୍ରିୟ ହେବେ। ସନ୍‍ମାର୍ଗୀ ହୋଇପାରନ୍ତି। ଉପକାରୀଠାରେ କୃତଜ୍ଞ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ତୁଳା: ସ୍ୱପ୍ନ ସାକାର ହେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ପ୍ରଶଂସିତ ହେବେ। ବନ୍ଧୁ ସହଯୋଗ ପାଇ ଅସାଧ୍ୟ ସାଧନ କରିପାରନ୍ତି। ମନରେ ପ୍ରସନ୍ନତା ଆସିକ। ସନ୍‍ମାର୍ଗୀ ହେବେ। ଶତ୍ରୁ ବୃଦ୍ଧି ହେଲେ ବି; କିଛି ଅନିଷ୍ଟ ହେବ ନାହିଁ।
ବିଛା: ବନ୍ଧୁ ମିଳନ ଆନନ୍ଦଦାୟକ ହେବ। କର୍ମକ୍ଷେତ୍ର ଉନ୍ନତମାନର ହେବ। ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି। ଶ୍ରେଷ୍ଠ ସମ୍ମାନ ମିଳିବ। ଗ୍ରାମାଧୀଶ ହେବେ। ପରାକ୍ରମଶାଳୀ ଓ ଯାନବାହନଯୁକ୍ତ ହୋଇପାରନ୍ତି। ବହୁଜନ ପୋଷକ ହେବେ।
ଧନୁ: ଅର୍ଥାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ମନରେ ଉଦ୍‍ବେଗ ଜାତ ହୋଇପାରେ। ବ୍ୟବସାୟୀମାନେ ଲୌହ, ପ୍ରସ୍ତର ଆଦି ବ୍ୟବସାୟରୁ ଧନଲାଭ କରିପାରନ୍ତି।
ମକର: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆମୋଦ-ପ୍ରମୋଦ ଓ ବିଳାସ-ବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି। ସୁଖ-ଶାନ୍ତି ମିଳିବ। ଉଚ୍ଚ ପ୍ରଶଂସା ମିଳିବ। ଆତ୍ମ ସନ୍ତୋଷ ଲାଭ କରିବେ। କୃଷିକ୍ଷେତ୍ର ଲାଭଦାୟକ ହେବ।
କୁମ୍ଭ: କାରବାର ସୁଖଦାୟକ ହୋଇପାରେ। କାର୍ୟ୍ୟରେ ସଫଳତା ଲାଭ କରିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରସନ୍ନ ରହିବେ।
ମୀନ: ଦିନଟି ସମସ୍ୟା ବହୁଳ ହେବ। ଧନାଗମରେ ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ। ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ। କର୍ମ ଚଞ୍ଚଳ ରହିବେ। ଯଶସ୍ୱୀ ହେବେ। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ପାରନ୍ତି। ଯାନବାହନ ସୁଖ ମିଳିପାରେ।

Comments are closed.