ବୁଧବାର ରାଶିଫଳ ୧୭। ୦୬। ୨୦୨୦

ମେଷ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଧର୍ମକାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ ପଶ୍ଚାତ୍‌ପଦ ହେବେ ନାହିଁ। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି। ସୁଭାଷୀ ହୋଇପାରନ୍ତି।
ମିଥୁନ: ସଫଳତା ଲାଭ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ସରକାରୀ କୃପା ଲାଭ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରି ସନ୍ତୁଷ୍ଟ ହେବେ।
କର୍କଟ: ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ। ସୁସମ୍ବାଦ ପାଇଁ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।
ସିଂହ: ସୁଖ-ସମ୍ମାନ ଲାଭ କରିପାରନ୍ତି। ନ୍ୟସ୍ତ ହୋଇଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।
କନ୍ୟା: ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଶତ୍ରୁ ଯେତେ ବଳବାନ୍‌ ହେଲେ ବି କିଛି ଅନିଷ୍ଟ କରି ପାରିବ ନାହିଁ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ରହିବେ।
ତୁଳା: ଶୁଭଙ୍କର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ର ଉଳମୟ କରିପାରନ୍ତି। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବନ୍ଧୁ ସହାୟତା ପାଇ ଖୁସି ହେବେ। ପାରିବାରିକ କ୍ଷେତ୍ର ଆନନ୍ଦମୟ ହେବ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।
ବିଛା: ଯୋଗାଯୋଗରେ ସଫଳତା ମିଳିବ। ମନରେ ଅହଂଭାବ ଉଦ୍ରେକ ହୋଇପାରେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି।
ଧନୁ: କାର୍ଯ୍ୟରେ ସଫଳତା ପାଇଁ ମନରେ ଅହଂଭାବ ପୋଷଣ କରିପାରନ୍ତି। ଅଧ୍ୟୟନରତ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
ମକର: ଯାତ୍ରା ଶୁଭଦାୟକ ହେବ। ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସୁନାମରେ ଯେପରି ଆଞ୍ଚ ନ ଆସେ ସେଥିପ୍ରତି ସତର୍କ ରହିବେ। ଶୁଭକାର୍ଯ୍ୟ ବର୍ଜନୀୟ। ଅର୍ଥ ଟାଣ-ଟୁଣ ରହିବ।
କୁମ୍ଭ: ହଜିଥିବା ଦ୍ରବ୍ୟର ସନ୍ଧାନ ପାଇପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନରେ ଶାନ୍ତି ଲାଭ କରିବେ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ମୀନ: ସେବା କ୍ଷେତ୍ରରେ ଜନକଲ୍ୟାଣ ମିଳିପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ସାଙ୍ଗଠନିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।

Comments are closed.