ବୁଧବାର ରାଶିଫଳ(୦୩-୦୬-୨୦୨୦)

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଚିନ୍ତାଧାରା ସୁଦୂର ପ୍ରସାରୀ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ପ୍ରଭାବଶାଳୀ ଓ ଜନବଲ୍ଲଭ ହେବେ।
ବୃଷ: ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସକ୍ଷମ ହେବେ। ସାମାନ୍ୟ ଆଘାତ ପ୍ରାପ୍ତ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ସ୍ଥିତି ଅନୁକୂଳ ରହିଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ।
ମିଥୁନ: ମିଳି ଥିବା ଦ୍ରବ୍ୟ ସାଇତି ରଖିବାକୁ ପଡ଼ିବ। କାରଣ ଦର୍କାର ବେଳେ କାମରେ ଆସିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଧର୍ମ-କର୍ମ ସଂପାଦନ କରିପାରନ୍ତି। କୀର୍ତ୍ତିମାନ୍‍ ହେବେ। କନ୍ୟା, ପୁତ୍ର, ପ୍ରପୌତ୍ରାଦି ଲାଭ ହେବ।
କର୍କଟ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଅଧିକ ଦାୟିତ୍ୱ ବହନ କରିବେ। କୃଷିକ୍ଷେତକୁ ପ୍ରସ୍ତୁତ କରିବାରେ ସମୟ ଦେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରଖିବାରେ ଅଧିକ ସମୟ ଦେବେ।
ସିଂହ: ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖ-ସମ୍ମାନ ଲାଭ କରିପାରନ୍ତି। କାବ୍ୟ-ଶାସ୍ତ୍ରାନୁରକ୍ତ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କାରପ୍ରାପ୍ତ ହେବେ। ଶତ୍ରୁନାଶ କରିବେ। ଐଶ୍ୱର୍ଯ୍ୟ ଲାଭ କରିବେ।
କନ୍ୟା: ଉଚ୍ଚ ଆସନ ଲାଭ କରିପାରନ୍ତି। ଗୃହ ରହଣି ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୌଭାଗ୍ୟ ଅଛି। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ଜନସମାଜରେ ପ୍ରତିଷ୍ଠା ଲାଭ କରିପାରନ୍ତି।
ତୁଳା: ପରିବାର ଓ ଶୁଭେଚ୍ଛୁଙ୍କର କଲ୍ୟାଣ ଭାଜନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଆତ୍ମୀୟସ୍ୱଜନଙ୍କ ସାନ୍ନିଧ୍ୟ ଓ ସହାୟତା ମିଳିବ। ଭଲ ଆୟ ହେବ। ଗୃହରେ ଅନିର୍ବଚନୀୟ ଶାନ୍ତି ବିରାଜମାନ କରିବ।
ବିଛା: ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଦ୍ରବ୍ୟ କ୍ରୟ କରିବାରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। କାର୍ଯ୍ୟ ଓ କର୍ମକ୍ଷେତ୍ରରେ ସ୍ଥିରତା ପ୍ରକାଶ ପାଇବ। କୁଳ ପ୍ରଧାନ ହେବେ। ମିଷ୍ଟାନ୍ନ ଭୋଜନ ପାଇବେ।
ଧନୁ: ବିରୋଧକୁ ପ୍ରତିହତ କରି କାର୍ଯ୍ୟ କରି ଚାଲିବେ। ସରକାରୀ ଓ ବିଭାଗୀୟ ଅନୁଗ୍ରହ ଲାଭ କରିବେ। ଅନ୍ୟର ମଙ୍ଗଳ କାମନା କଲେ ନିଜେ ବିଶେଷ ଉପକୃତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଲୋକସଂପର୍କ ବୃଦ୍ଧି ଘଟିବ।
ମକର: ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ। ଆୟ ଆଶାନୁରୂପ ହେବ, ଏପରିକି ସରକାରୀ ସ୍ତରରୁ ଅର୍ଥ ପାଇପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କାର୍ଯ୍ୟରେ ସଫଳ ହେବେ।
କୁମ୍ଭ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ପ୍ରଧାନ୍ୟ ବିସ୍ତାର କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମୀନ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ରହ୍ମ ଉପାସକ ହେବେ। ରିଷ୍ଟ ଖଣ୍ଡନ ହୋଇପାରେ। ପତ୍ନୀଙ୍କ ସୌଭାଗ୍ୟ ଯୋଗୁଁ ବିପଦମୁକ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

Comments are closed.