ବୁଧବାର ରାଶିଫଳ ୨୦। ୦୫। ୨୦୨୦

ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟର ମାର୍ଗ ଉନ୍‌ମୁକ୍ତ ରହିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟ ଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ। ଧନ-ସମ୍ପଦ ଭରପୁର ରହିବ। ନୂଆ ବନ୍ଧୁ ଜୁଟିବେ।
ବୃଷ: ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ତଥାପି ମନ ପ୍ରସନ୍ନ ରହିବ। ଚଞ୍ଚଳମନା ହେବେ। ନିରୋଳା ସ୍ଥାନରେ ଅଧିକାଂଶ ସମୟ ବିତାଇ ପାରନ୍ତି। ମଧୁର କଥା କହି ପରକୁ ଆପଣାର କରିବେ। ସାହସୀ ଓ ଜ୍ଞାନୀ ହେବେ।
ମିଥୁନ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳମନା ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। ବିଦ୍ୟା ପ୍ରତି ରୁଚି ରହିବ।
କର୍କଟ: ମନସ୍କାମନା ପୂର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଦୀପକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ରହିବ।
ସିଂହ: ମନରେ ସେବା ଭାବ ଜାଗରିତ ହେବ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଉଦ୍ୟୋଗୀ ହେବେ।
କନ୍ୟା: ଲଟେରି ସ୍ତରରୁ ସଫଳତା ମିଳିପାରେ। ପରିସ୍ଥିତିରେ ପଡ଼ି ଇର୍ଷା ପରାୟଣ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ବିପଦପୂର୍ଣ୍ଣ ହୋଇପାରେ।
ତୁଳା: ବନ୍ଧୁ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗରିତ ହେବ। ଅନ୍ୟ ଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି।
ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହୋଇପାରନ୍ତି। ଖର୍ଚ୍ଚ ବୃଦ୍ଧି ହୋଇପାରେ।
ଧନୁ: ଚଞ୍ଚଳମନା ହେବେ। କନ୍ୟା ସନ୍ତାନଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଲ ଆପଣଙ୍କ ସପକ୍ଷରେ ଯାଇପାରେ। ଜାତକ ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
ମକର: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମକୁ ଶ୍ରେଷ୍ଠ ଧର୍ମ ଭାବେ ବିବେଚିତ କରିପାରନ୍ତି। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସ୍ବାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
କୁମ୍ଭ: ଆଶା କରୁଥିବା କାର‌୍ୟ୍ୟ ହାତକୁ ଆସିବ। ଶ୍ରମର ମୂଲ୍ୟାଙ୍କନ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍ ହୋଇପାରନ୍ତି।
ମୀନ: ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରୁ ଅଧିକ ଧନଲାଭ ହେବ। ବିବିଧ ଧନଯୁକ୍ତ ହେବେ। କୀର୍ତ୍ତିମାନ୍ ହୋଇପାରନ୍ତି।

Comments are closed.