ବୁଧବାର ରାଶିଫଳ

ମେଷ: କର୍ମ ସଂସ୍ଥାନରେ ସ୍ଥାନାନ୍ତରିତ ହୋଇପାରନ୍ତି। ମନରେ ଗର୍ବଭାବ ବହନ କରିବେ। ଆୟ ବୃଦ୍ଧି ହୋଇପାରେ। କଳହ ଯୋଗ ଅଛି। ପ୍ରଭାବଶାଳୀ ହେବେ। ନାନା ବିଭବରେ ମଣ୍ଡିତ ହେବେ। ବହୁ ହିତ ସାଧନ ହୋଇପାରେ।
ବୃଷ: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ସତ୍ୟବାଦୀ ହେବେ। ପିତୃ ଭକ୍ତିଯୁକ୍ତ ହୋଇପାରନ୍ତି। ଭାଗ୍ୟବାନ୍‌ ହେବେ।
ମିଥୁନ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦ୍ରବ୍ୟ ନଷ୍ଟ ହୋଇପାରେ। କୃଷି କାର୍ଯ୍ୟ ପାଇଁ ତତ୍ପର ହେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଠିକ୍‌ ରହିବ। ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦିୟ , ବିଦ୍ବାନ ଓ ଦୟାଳୁ ହେବେ।
କର୍କଟ: ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଶ୍ରମ ସଫଳ ହେବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସକଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଉତ୍ତମ ମିତ୍ରଯୁକ୍ତ ହେବେ। ପୁତ୍ର ଲାଭର ସୂଚନା ମିଳୁଛି। ଧନ, ବାହନଯୁକ୍ତ ହେବେ।
ସିଂହ: ଖର୍ଚ୍ଚ ବଢ଼ିବାରୁ ବ୍ୟସ୍ତ ହୋଇପାରନ୍ତି। ପ୍ରାୟ ସବୁବେଳେ ନିରବ ରହିବେ। ସର୍ବ ସୁଖ ମିଳିପାରେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ସମ୍ମାନିତ ହେବେ। ତ୍ୟାଗଶୀଳ ହେବେ। ନୀତିଜ୍ଞ ହେବା ଆଶା କରାଯାଏ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ।
କନ୍ୟା: ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍‌ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।
ତୁଳା: ନିଜର କାର୍ଯ୍ୟ ଆନନ୍ଦଦାୟକ ହେବ। ମନରେ ଅସ୍ଥିରତା ଦେଖା ଦେଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଶୁଭ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ସୌଭାଗ୍ୟ ବୃଦ୍ଧି ହୋଇପାରେ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ।
ବିଛା: କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଖୁସି ହେବେ। ମନ ଫୂର୍ତ୍ତି ରହିବ। ପ୍ରତିଶ୍ରୁତି ପାଳନ କରିବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସରକାରୀ କୃପା ଲାଭ କରିବେ। ରାଜକୋଷ ଅର୍ଥ ପ୍ରାପ୍ତ ହେବେ।
ଧନୁ: ବନ୍ଧୁ ମେଳରେ ସମୟ ଅତିବାହିତ କରିପାରନ୍ତି। ଶ୍ରମ ସାର୍ଥକ ହେବ। ଆଶା ପୂରଣ ହେବ। ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି। ସରକାରୀ ଅର୍ଥ ପାଇ ଖୁସି ହୋଇପାରନ୍ତି। ଉତ୍ତମ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ. ବହୁୂବିଧ ଧନ ଉତ୍ତମ ଗୁଣଜ୍ଞ ହେବେ।
ମକର: ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ବହୁ ଶୁଭଫଳ ପାଇବେ। ସର୍ବାଙ୍ଗୀଣ ଉନ୍ନତି ହେବ। ସୌଭାଗ୍ୟ ବୃଦ୍ଧି ହେବା ସହିତ ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ।
କୁମ୍ଭ: ମନ ଚଞ୍ଚଳ ରହିବ। ଧନକ୍ଷୟ ହୋଇପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆଶା କରୁଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଠିକ୍‍ ନଷ୍ପତ୍ତିି ନେଇ ପାରନ୍ତି। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମୀନ: କାର୍ଯ୍ୟରେ ସଫଳତା ପାଇ ପ୍ରଶଂସିତ ହୋଇପାରନ୍ତି। ଅସୁସ୍ଥତାର ଉପଶମ ହେବ। ଆନନ୍ଦ ଉଲ୍ଲାସରେ ମନ ଭରି ଉଠିବ। ଜଣେ ସୁବକ୍ତା ଭାବେ ଜନ-ମନ-ରଞ୍ଜନ କରିପାରନ୍ତି। ବନ୍ଧୁ ସହାୟତା ପାଇ ଖୁସି ହେବେ। ଅବିବାହିତ ମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।

Comments are closed.