ବୁଧବାର ରାଶିଫଳ

ମେଷ: ଆଳସ୍ୟ ପରାୟଣ ହୋଇପାରନ୍ତି। ଯେଉଁ କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ନିଶ୍ଚିତ କୃତକାର୍ଯ୍ୟ ହେବେ। ଧନାଗମ ହେବାର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅତୁଟ ରହିବ। ଖର୍ଚ୍ଚାନ୍ତ ହେବେ। ମନ ପ୍ରସନ୍ନ ରହିବ।
ବୃଷ: ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଉପୁଜି ପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ପରକୁ ଆପଣାର କରିପାରନ୍ତି। ସ୍ନେହୀ ହେବେ।
କର୍କଟ: ରୋଜଗାର ଆଶାନୁରୂପ ହେବ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ। ଚଞ୍ଚଳ ପ୍ରକୃତିର ହେବେ। କରିତ୍‍କର୍ମା ହେବେ। ଲୋକପ୍ରିୟ ହେବେ।
ସିଂହ: ପରିଶ୍ରମ ଅଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତି କାର୍ଯ୍ୟ ସହଜ ସୁଲଭ ହେବ। ଦୟାର୍ଦଚିତ୍ତଯୁକ୍ତ ହୋଇପାରନ୍ତି। ଧୈର୍ଯ୍ୟବାନ୍‍ ହେବେ। ସରକାରୀ କୃପାଲାଭ କରିବେ। ସତ୍ତ୍ୱ ପ୍ରାପ୍ତିରେ ସନ୍ତୁଷ୍ଟ ହେବେ।
କନ୍ୟା: ପରୋପକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। କୃଷିକର୍ମ ଲାଭଦାୟକ ହେବ। ବିଳାସ-ବ୍ୟସନ କରିପାରନ୍ତି। ଜନସମର୍ଥନ ମିଳିବ।
ତୁଳା: ଶୁଭ କାର୍ଯ୍ୟରେ ଖର୍ଚ୍ଚ ପରିମାଣକୁ ବଢ଼ାଇ ପାରନ୍ତି। ସ୍ୱାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ। ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିପାରେ। ଭଚ୍ଚସ୍ଥାନ ଆରୋହଣ ନ କରିବା ଭଲ।
ବିଛା: ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ। ଉଚ୍ଚସ୍ଥାନ ଆରୋହଣ ନ କରିବା ଭଲ। ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ଦୁର୍ମୂଲ୍ୟ ଧାତୁ ଦ୍ରବ୍ୟ ମିଳିବ।
ଧନୁ: ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରଶଂସିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ ପଦରେ ଆସୀନ ହୋଇପାରନ୍ତି। ପରଧନରେ ଧନୀ ହେବେ। ଯୁବତୀ ମନୋରଞ୍ଜକ ହେବେ।
ମକର: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତାର ଶୀର୍ଷକୁ ଉଠିପାରନ୍ତି। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ପାରିବାରିକ ସୁଖଶାନ୍ତି ମିଳିବ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇ ଆର୍ଥିକ ଅଭିବୃଦ୍ଧି ଘଟିବ।
କୁମ୍ଭ: ଆଶା ଫଳବତୀ ହେବେ। କ୍ରୋଧ ସମ୍ବରଣ କରି କାର୍ଯ୍ୟ ହାସଲ କରିପାରନ୍ତି। ଶୁଭ କର୍ମରେ ଉତ୍ସାହ ବୃଦ୍ଧି ପାଇବ। ଦୈନନ୍ଦିନ କାର୍ଯ୍ୟ ସହ ଅଧ୍ୟୟନରତ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ନୀତିନିଷ୍ଠ ହେବେ। ଚିନ୍ତାଧାରା ମହତ ହେବ।
ମୀନ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦରେ ବିଜୟୀ ହେବେ। ନିର୍ବାଚନରେ ବିଜୟୀ ହେବେ। ଯଶ ଅର୍ଜନ କରିପାରନ୍ତି। ମିତ୍ରତା ସୁଦୃଢ଼ ହେବ। ଅଧସ୍ତନ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ସୁଖୀ ହେବେ।

Comments are closed.