ବୁଧବାର ରାଶିଫଳ (୦୯-୧୨-୨୦୨୦)

ମେଷ: ଯାତ୍ରା ଶୁଭଦାୟକ ହେବ। କ୍ରୋଧିତ ହୋଇ ଶତ୍ରୁ ଉପରେ ବିଜୟ ହାସଲ କରିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁସମ୍ବାଦ ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି।

ବୃଷ: ବ୍ୟବସାୟ ବ୍ୟସ୍ତ ବହୁଳ ହେବ। ଅଧ୍ୟାପନା ପାଇଁ ଅଧ୍ୟୟନରତ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ଲାଭ ହୋଇପାରେ। ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ।

ମିଥୁନ: ମନସ୍କାମନା ପୂରଣ ହେବ। ପରିଶ୍ରମର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଗୃହ ପରିବେଶ ସ୍ୱାସ୍ଥ୍ୟ ଉପଯୋଗୀ ହେବ। ଦାତା, ଭୋକ୍ତା, ଗୁଣବାନ୍‍ ଓ ଧନୀ ହୋଇପାରନ୍ତି। ମାନ ସମ୍ମାନଯୁକ୍ତ ହେବେ।

କର୍କଟ: ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି। ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦିଅଁ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ଶାନ୍ତି ମିଳିବ। ସରକାରୀ ସ୍ତରରୁ ଲାଭ ମିଳିବ।

ସିଂହ: ବିବାଦୀୟ ଘଟଣାରେ ବିଜୟୀ ହେବେ। ଆଶାବାଦୀ ହେବେ। କୌଣସି କାରଣରୁ ବିଷାଦିତ ହୋଇପାରନ୍ତି। ଯେତେ ବିପଦ ଆସିଲେ ବି ନୀତିଭ୍ରଷ୍ଟ ହେବେ ନାହିଁ। ବିଭିନ୍ନ ଦିଗରୁ ଧନାଗମ ହେବ। କଳାଧନର ଅଧିକାରୀ ହେବେ। ସ୍ୱାସ୍ଥ୍ୟକୁ ଜଗି ଚଳିବେ।

କନ୍ୟା: ଘାତଚନ୍ଦ୍ର ଥାଇବି; ନିର୍ଭୟରେ କାର୍ଯ୍ୟ କରିବେ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ସୁସ୍ୱାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

ତୁଳା: କାର୍ଯ୍ୟ ଚାଲୁ ଥିବା ଅବସ୍ଥାରେ ଅଟକି ଯାଇପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। କନ୍ୟାଠାରୁ ଉପକାର ମିଳିବ।

ବିଛା: ମନ ପ୍ରସନ୍ନ ରହିବ। ଶୁଭ ସମାଚାର ପାଇ ପ୍ରଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସୁସମ୍ବାଦ ମିଳିପାରେ। କରିତ୍‍କର୍ମା ହେବେ। ଜନାଦୃତ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ଯୋଗ ଅଛି।

ଧନୁ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସୁଯୋଗ ସୃଷ୍ଟି ହାଇଛି। ଶୁଭ ସମାଚାର ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

ମକର: ସୁଯୋଗର ଉପଯୋଗ କରି ଆଶ୍ୱସ୍ତି ଲାଭ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବିନିଯୋଗ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଧର୍ମ ମାର୍ଗରେ ପରିଚାଳିତ ହେବେ।

କୁମ୍ଭ: ଭଲ କାମ କରିବାକୁ ଯାଇ ମନ୍ଦ ଲକ୍ଷଣ ଦେଖାଦେଲେ ଧର୍ମ ରକ୍ଷା କରି ଓ ଧୈର୍ଯ୍ୟ ଧରି କାର୍ଯ୍ୟ କରି ଚାଲିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ଆଶଙ୍କା ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ।

ମୀନ: ବନ୍ଧୁ ମିଳନ ଘଟିପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ସୁସ୍ଥ ରହିବେ।

Comments are closed.