ବୁଧବାର ରାଶିଫଳ (୦୯-୦୯-୨୦୨୦)

ମେଷ: ସୁଚିନ୍ତିତ ମତ ବ୍ୟକ୍ତ କରିପାରନ୍ତି। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସ୍ବାସ୍ଥ୍ୟବାନ୍‌ ହେବେ।

ବୃଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଆୟ ଅଧିକତର ହୋଇପାରେ। ସୁଖ-ସମ୍ମାନ ଲାଭ କରିବେ। ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ: ପାରିବାରିକ ସୁଖ ସମୃଦ୍ଧି ଆଶା କରାଯାଏ। ମିଳିଥିବା ଖବର ଆନନ୍ଦଦାୟକ ହୋଇପାରେ। ପଦୋନ୍ନତି ଘଟିପାରେ। ଦକ୍ଷତା ପ୍ରତିପାଦନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ।

କର୍କଟ: ଭୟ ଉପୁଜିଥିବା ଘଟଣାରେ ବିଜୟୀ ହେବେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆଗକୁ ବଢ଼ିବେ।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସମ୍ମାନିତ ହେବେ। ସର୍ବାଙ୍ଗୀନ ଉନ୍ନତି ହେବ। ଗଠନମୂଳକ କାର୍ଯ୍ୟର ନେତୃତ୍ବ ନେବେ। ସୁଖ ସମ୍ଭୋଗ କରିପାରନ୍ତି। ପଦୋନ୍ନତି ଘଟିପାରେ।

କନ୍ୟା: ଉଦ୍‌ଯୋଗୀ ହୋଇପାରନ୍ତି। ଘଟଣା ବହୁଳ କାର୍ଯ୍ୟକ୍ରମରେ ଜନ ସଚେତନତା ସୃଷ୍ଟି କରିବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ନିଜ କାର୍ଯ୍ୟରେ ଦକ୍ଷତାର ପରିଚୟ ଦେବେ। ଧନବାନ୍‌ ହେବେ। ମହିଳାଙ୍କ ସାହାଯ୍ୟକାରୀ ହେବେ।

ତୁଳା: ସେବା ମନୋଭାବର ହୋଇପାରନ୍ତି। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ଧନଶାଳୀ ହେବାର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିପାରେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବାକୁ ପଡ଼ିବ।

ବିଛା: କାର୍ଯ୍ୟ ହାସଲ କରିବାକୁ ହେଲେ କଷ୍ଟ ସହିବାକୁ ପଡ଼ିବ। ବନ୍ଧୁ ସହାୟତା ମିଳିପାରେ। ହର୍ଷଯୁକ୍ତ ଓ ଶୁଦ୍ଧପୂତ ଭାଷା ବ୍ୟବହାର କରି ଆଦରଣୀୟ ହେବେ। ଧନଶାଳୀ ହେବେ। ରାଜପୂଜା ମିଳିବ। ଯାନବାହନ ସୁଖ ଅଛି।

ଧନୁ: ପରର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। ପାରିବାରିକ ସୁଖ ମିଳିବ। କର୍ତ୍ତବ୍ୟ ପରାୟଣ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଜନସାଧାରଣଙ୍କ ଆଦରର ପାତ୍ର ହେବେ।

ମକର: ମନଯୋଗ ସହକାରେ କାର୍ଯ୍ୟ କଲେ ସଫଳତା ମିଳିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବହୁ ଧନର ଅଧିକାରୀ ହେବେ। ପତ୍ନୀ, ପୁତ୍ରଙ୍କ ପାଇଁ ସୁଖ ଭୋଗ କରିବେ। ସୁଖୀ ହେବେ।

କୁମ୍ଭ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପ୍ରତିଷ୍ଠା ବୃଦ୍ଧିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯାନବାହନ ସୁଖ ମିଳିବ। କୃଷିକର୍ମ ଉପରେ ଧ୍ୟାନ ଦେବେ। ପରୋପକାରୀ ହେବେ। ମନ ପ୍ରସନ୍ନ ରହିବ।

ମୀନ: କର୍ମକ୍ଷେତ୍ର ଉତ୍ସାହଜନକ ହେବ। ବିଭିନ୍ନ ସ୍ତରରୁ ସାହାଯ୍ୟ ମିଳିବ। ଆଶା ଫଳବତୀ ହେବ। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି।

Comments are closed.