ବୁଧବାର ରାଶିଫଳ

ମେଷ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ପାରିବାରିକ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶା ଫଳବତୀ ହେବ। ଶୁଦ୍ଧ ସ୍ୱଭାବ ସମ୍ପନ୍ନ ଓ ଜନବଲ୍ଲଭ ହେବେ।
ବୃଷ: ମାନସିକ ସ୍ତରରେ ଶାନ୍ତିର ବାତାବାରଣ ସୃଷ୍ଟି ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ସମ୍ପଦଯୁକ୍ତ ହୋଇପାରନ୍ତି। ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବେ।
ମିଥୁନ: ବିଭିନ୍ନ ସ୍ତରରୁ ସହଯୋଗ ମିଳିବା କଷ୍ଟସାଧ୍ୟ ହେବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚିନ୍ତା ବୃଦ୍ଧି ହୋଇପାରେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ବୁଦ୍ଧିମାନ ହେବେ। ଯାନବାହନ ଓ ଧନଯୁକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିବ।
କର୍କଟ: ବନ୍ଧୁବତ୍ସଳ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସୁବୁଦ୍ଧିଯୁକ୍ତ ହେବେ। ପ୍ରିୟଲୋକମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବାକ୍ୟ ପଟୁତା ଆପଣଙ୍କୁ ମହାନ୍‍ କରି ଗଢ଼ିତୋଳିବେ। ସୁଖ ମିିଳିବ।
ସିଂହ: ଅଧିକ ପରିଶ୍ରମ ପଡ଼ିଲେ ବି, ତା’ର ମୂଲ୍ୟ ମିଳିବ। ମନରେ ନୂତନ ଆଶାର ସଞ୍ଚାର ହୋଇପାରେ। ଶ୍ରେଷ୍ଠ ପଦାଧିକାରୀ ହେବେ। ଶତ୍ରୁକୁ ପରାସ୍ତ କରି ବିଜୟ ବାନା ଉଡ଼ାଇ ପାରନ୍ତି। ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେଇ ସଫଳ ହେବେ।
କନ୍ୟା: ଉଚ୍ଚ ମହଲରେ ପରିଚିତ ହେବେ। ଦେବଦର୍ଶନରେ ମାନସିକ ଶାନ୍ତି ଫେରି ପାଇବେ। ମାନସିକ ସ୍ତରରେ ଉପୁଜି ଥିବା ଦୁଶ୍ଚିନ୍ତା ଦୂର ହେବ। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ।
ତୁଳା: ଆର୍ଥିକ ସାହାଯ୍ୟ ମିଳିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମାନସିକ ସ୍ତରରେ ଅଶାନ୍ତି ଉପୁଜି ପାରେ। କୁଳ ପ୍ରଧାନରୁ କେହି ଆପଣଙ୍କୁ ବିଚ୍ୟୁତ କରି ପାରିବେ ନାହିଁ। ଧନ ସଞ୍ଚୟ ପାଇଁ ଉଦ୍ୟମ ଜାରି ରଖିବେ।
ବିଛା: ଯେକୌଣସି କାର୍ଯ୍ୟ କଲେ ବି ସେଥିରେ ସଫଳତା ମିଳିବ। ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି; ତଥାପି ହସ-ଖୁସିରେ ଦିନ ବିତାଇପାରନ୍ତି। ଶୁଦ୍ଧପୂତ ଭାବେ ବାକ୍ୟ ପ୍ରୟୋଗ କରିବେ। ଧନଶାଳୀ ହେବେ। ବହୁ ମୁକ୍ତାର ଅଧିକାରୀ ହେବେ।
ଧନୁ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ। ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ସ୍ନେହ ସଦିଚ୍ଛା ରହିବ।
ମକର: ଶୁଭବାର୍ତ୍ତା ପାଇ ଉତ୍‍ଫୁଲ୍ଲିତ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ଶାନ୍ତି ଓ ସନ୍ତୋଷ ଲାଭ କରିପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ବହୁ ସୁଖ ମିଳିବ। ବ୍ରହ୍ମବିଦ୍ୟା ଲାଭ କରିବେ।
କୁମ୍ଭ: ଆୟ ଆଶାନୁରୂପ ହେବ। କଳହଠାରୁ ଦୂରେଇ ରହିବାକୁ ପଡ଼ିବ। ଶେଷ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ରାଜପୂଜା ମିଳିବ। ଶାସ୍ତ୍ରଜ୍ଞଭାବେ ନିଜର ପରିଚୟ ସୃଷ୍ଟି କରିବେ। ସନ୍‍ମାର୍ଗୀ ଓ ଧନବାନ୍‍ ହୋଇପାରନ୍ତି।
ମୀନ: ନିଜର ଅଧିକାର ପ୍ରତି ସେଚତନ ହେବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। କୃଷିକର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିବେ। ବିନୟୀ ଭାବର ହେବେ।

Comments are closed.