ବୁଧବାର ରାଶିଫଳ

ମେଷ: ଆର୍ଥିକ ଆବଶ୍ୟକତା ଉପୁଜି ପାରେ। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଅବିବାହିତଙ୍କ ମନୋରମା କନ୍ୟା ସହ ବିବାହ ସ୍ଥିର ହେବ।

ବୃଷ: ପାରିବାରିକ ବିବାଦରୁ ଅଶାନ୍ତି ଉପୁଜି ପାରେ। ଅସୁଖୀ ହୋଇପାରନ୍ତି। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ପାରିବାରିକ ବିବାଦର ଅଳ୍ପ ସମୟ ଭିତରେ ସୁସମାଧାନ ହେବ। ମାନ୍ୟତା ଲାଭ କରିବେ। ଶାନ୍ତି ମିଳିବ।

ମିଥୁନ: ବିଚାର ଆଲୋଚନା ଓ ପରାମର୍ଶ ନେଇ କାର୍ଯ୍ୟ କଲେ କର୍ମକ୍ଷେତ୍ରରେ ସଫଳତା ମିଳିବ। ଗୁରୁକୃପା ଲାଭ କରିପାରନ୍ତି। ସ୍ବଚ୍ଛତା ପାଇଁ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ବ୍ୟବସାୟରୁ ଅଧିକ ଲାଭ ପାଇବେ।

କର୍କଟ: ଗୁରୁଜନଙ୍କ ପାଇଁ କଷ୍ଟ ସ୍ବୀକାର କରିପାରନ୍ତି। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। ଭୁଲ ବୁଝାମଣା ଯୋଗୁଁ ମନରେ ଉଦ୍‌ବେଗ ଜାତ ହୋଇପାରେ। କୃଷି କାର୍ଯ୍ୟକୁ ତ୍ବରାନ୍ବିତ କରିବେ। ଯାନ-ବାହନ ସୁଖ ମିଳିବ।

ସିଂହ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସୁଖ-ସମ୍ଭୋଗରେ ସମୟ ବିତିବ। ବିବାଦରେ ବିଜୟୀ ହେବେ। ସମ୍ମାନିତ ହେବେ।

କନ୍ୟା: ଯୁକ୍ତିଯୁକ୍ତ କଥା କହି ଅପରପକ୍ଷଙ୍କୁ ପରାସ୍ତ କରିପାରନ୍ତି। ଆଶାବାଦୀ ହେବେ। କାର୍ଯ୍ୟ କ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ପଦୋନ୍ନତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି।

ତୁଳା: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଗୁରୁକୃପା ଲାଭ କରିବେ। ସତ୍‌କର୍ମରେ ନିୟୋଜିତ ହେବେ। ପାରିବାରିକ ସୁଖ ମିଳିବ।

ବିଛା: କର୍ମରେ ନିଷ୍ଠାବାନ୍‌ ହେବେ। ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରି ଖର୍ଚ୍ଚାନ୍ତ ହେବେ। କ୍ଳାନ୍ତି ଓ ଅବସାଦର ସମ୍ମୁଖୀନ ହେବେ। ସୁବର୍ଣ୍ଣାଦି ଯୁକ୍ତ ହୋଇପାରନ୍ତି। ମଧୁର ବଚନ କହି କାର୍ଯ୍ୟ ହାସଲ କରିବେ। ଶାସ୍ତ୍ରପଟୁ ଓ ରାଜବଂଶ ପୂଜିତ ହେବେ।

ଧନୁ: ଚାକିରି କ୍ଷେତ୍ରରେ ପାରଙ୍ଗମ ହେବେ। ରୋଜଗାର ଯଥେଷ୍ଟ ପରିମାଣର ହେବ। ସାଧନାରେ ସିଦ୍ଧି ଲାଭ କରିବେ। ସମ୍ମାନିତ ହେବେ। ସରକାରଙ୍କ କୃପା ପାତ୍ର ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁଖୀ ହେବେ।

ମକର: ବ୍ୟବସାୟରେ ସ୍ବଳ୍ପ ଲାଭ ହେବ। ସତ୍‌ସଙ୍ଗୀ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି। ଭ୍ରମଣରେ ଅପାର ଆନନ୍ଦ ମିଳିବ।

କୁମ୍ଭ: ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଯଶସ୍ବୀ ହେବେ। ଉନ୍ନତି ପଥରେ ଆଗକୁ ବଢ଼ିବେ। ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ। ପାରିବାରିକ ସୁଖ ମିଳିବ।

ମୀନ: ସତର୍କତାରୁ ସୁଫଳ ମିଳିବ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରପୀଡନ ଓ କ୍ଳେଶର ସମ୍ମୁଖୀନ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସତର୍କତାର ଦିନ।

Comments are closed.