ବୁଧବାର ରାଶିଫଳ

0

ମେଷ: ପ୍ରାତଃ ଭ୍ରମଣ ଆପଣଙ୍କ ପାଇଁ ଶାନ୍ତିଦାୟକ ହେବ। ଧନକ୍ଷୟ ହେବାର ସୂଚନା ମିଳୁଛି। ମାନସିକ ସ୍ତରରେ ପୀଡ଼ିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ବୃଷ: ବ୍ୟକ୍ତିଗତ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଭିନ୍ନ ଭିନ୍ନ ସୂତ୍ରରୁ ଧନ ପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ବନ୍ଧୁ ସହାୟତା ପାଇ ଆନନ୍ଦିତ ହେବେ।
ମିଥୁନ: ଉପୁଜି ଥିବା ବିପଦର ମୁକାବିଲା କରିପାରନ୍ତି। ମନରେ ଗର୍ବଭାବ ଆସିପାରେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। ସବୁ ସ୍ତରର ଲୋକଙ୍କ ସହିତ ମିତ୍ରତା ଯୋଡ଼ିବେ।
କର୍କଟ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ମନରେ ଦ୍ବିଧାଭାବ ଜାତ ହୋଇପାରେ। କର୍ମ ଚଞ୍ଚଳ ରହିବେ। ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧନଭୋଗ କରିପାରନ୍ତି। ପରକୁ ଆପଣାର କରିବାରେ ସକ୍ଷମ ହେବେ।
ସିଂହ: ନିଜେ କରୁଥିବା କାର୍ଯ୍ୟ ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ। ନିଜକୁ କଳହମୁକ୍ତ ରଖିପାରିଲେ ସୁନାମର ଅଧିକାରୀ ହୋଇପାରନ୍ତି। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ପଶୁ ଧନାଦିଯୁକ୍ତ ହୋଇପାରନ୍ତି। ନୀରୋଗ ଶରୀରଯୁକ୍ତ ହେବେ।
କନ୍ୟା: ପ୍ରତିକୁଳ ପରିସ୍ଥିତି ଥାଇ ବି ତାକୁ ଭ୍ରୂକ୍ଷେପ ନ କଲେ କର୍ତ୍ତବ୍ୟ ପଥରେ ଆଗକୁ ବଢ଼ି ପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନୋବଳ ଦୃଢ଼ ରହିବ। ଆରୋଗ୍ୟ ହେବେ। ଅର୍ଥ ଲାଭର ସୂଚନା ମିଳୁଛି। ସତ୍‌କାର୍ଯ୍ୟରେ ବ୍ୟୟ କରିପାରନ୍ତି।
ତୁଳା: ଗୃହ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ। କ’ଣ କରିବେ ଓ କ’ଣ ନ କରିବେ କିଛି ସ୍ଥିର କରିପାରିବେ ନାହିଁ। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି। ନିଜେ କରିିଥିବା ପରିଶ୍ରମର ପାରିଶ୍ରମିକ ମିଳିବ।
ବିଛା: ଯାହା ପରିସ୍ଥିତି ଉପୁଜିବ ସେଥିରୁ ଆସ୍ଥା ହରାଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆନନ୍ଦ ଉତ୍ସାହ ଲାଗି ରହିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ହେବ।
ଧନୁ: ଭ୍ରାତୃ ସ୍ନେହରେ ବାଧା ଉପୁଜି ପାରେ। ପଥରୋଧକୁ ଏଡ଼ାଇବା କଷ୍ଟସାଧ୍ୟ ହେବ। ଆୟ ବୃଦ୍ଧି ସହିତ ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି। ପାରିବାରିକ ସୁଖ ଅବ୍ୟାହତ ରହିବ। ଆମୋଦ-ପ୍ରମୋଦରେ ସମୟ ବିତିବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ।
ମକର: ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ନୈତିକତା ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହେବ।
କୁମ୍ଭ: ଉତ୍ସାଦିରେ ଯୋଗଦାନ କରିପାରନ୍ତି। ସାଧନା ଫଳବତୀ ହେବ। ମନରେ ଆନନ୍ଦ ଉଲ୍ଲାସ ଭରିଯିବ। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବେପାର, ବାଣିଜ୍ୟରେ ଲାଭ ପାଇବେ। ସତ୍‌କର୍ମରେ ବ୍ୟୟ କରି ଆତ୍ମ ତୃପ୍ତି ଲାଭ କରିପାରନ୍ତି।
ମୀନ: ମନରେ ଉଦ୍‌ବେଗ ଜାତ ହୋଇପାରେ। ବିଭିନ୍ନ ସ୍ତରରୁ ସହାୟତା ମିଳିପାରେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କୃତ ହେବେ। ଜନୈକା ମହିଳାଙ୍କ ଦ୍ବାରା ବିଶେଷ ଉପକୃତ ହେବେ।

Leave A Reply