ବୁଧବାର ରାଶିଫଳ ( ୦୫. ୦୨. ୨୦୨୦ )

ମେଷ: ମିଳିଥିବା ସୁଯୋଗର ଯଥାର୍ଥ ଉପଯୋଗ କରି ଲାଭବାନ୍‍ ହେବେ। କର୍ମ କୁଶଳତା ପ୍ରକାଶ ପାଇବ। ଦୁଶ୍ଚିନ୍ତା ଦୂର ହେବ। ବିଭିନ୍ନ ଦିଗରୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ।
ବୃଷ: ନିର୍ଭରଶୀଳ ନ ହୋଇ ନିଜର ଚିନ୍ତାଧାରା ପ୍ରୟୋଗ କରି କାର୍ଯ୍ୟ କରିବେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନକାରୀ ହେବେ। ବଳିଷ୍ଠ ଓ ରୂପବାନ୍‍ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ମିଳିବେ।
ମିଥୁନ: ଦିନଟି ଶୁଭଙ୍କର ହେବ। ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି। ଖର୍ଚ୍ଚ ପରିମାଣ ଅତ୍ୟଧିକ ବୃଦ୍ଧି ପାଇବ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି। ପଥରୋଧ ଘଟିପାରେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେବ।
କର୍କଟ: ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ କରିବେ। ରୁଚିକର ଭୋଜନରେ ତୃପ୍ତି ଲାଭ କରିବେ। କାର୍ଯ୍ୟର ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲୋକମାନଙ୍କର ନେତୃତ୍ୱ ନେଇପାରନ୍ତି। କରିତ୍‍କର୍ମା ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବ।
ସିଂହ: କାର୍ଯ୍ୟ ଯେତେ କଷ୍ଟଦାୟକ ହେଲେ ବି ତାକୁ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ। ପରିଶ୍ରମର ଫଳ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ। ଶାନ୍ତି-ସନ୍ତୋଷ ମିଳିବ। ଦେବ ଦର୍ଶନ କରିପାରନ୍ତି। ଗୃହପରିବେଶ ପ୍ରଦୂଷଣମୁକ୍ତ ହୋଇପାରେ।
କନ୍ୟା: ବ୍ୟବହାରିକ ଯାନ କ୍ରୟ କରି ପାରନ୍ତି। ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଭୋଗ-ବିଳାସ କରିପାରନ୍ତି। କ୍ଷମତାଶାଳୀ ହେବେ। ସାମାଜିକ ଜୀବନରେ ମାନବବାଦୀ ହୋଇପାରନ୍ତି। ଅର୍ଥ ମିଳିବ। କାର୍ଯ୍ୟରେ ଦକ୍ଷ ହେବେ।
ତୁଳା: କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ବାଧାବିଘ୍ନ ଉପୁଜିପାରେ। ନିଅଣ୍ଟିଆ ପରିସ୍ଥିତି ଦେଖା ଦେବ। ସ୍ୱାଭିମାନୀ ହେବେ। କାହାକୁ ହାତ ପତେଇବେ ନାହିଁ। କେବଳ ଯୁଗ୍ମ ବ୍ୟବସାୟ ଲାଭଯୁକ୍ତ ହୋଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବେ।
ବିଛା: ଅସାଧ୍ୟକୁ ସାଧନ କରିବାର କଳା ଆପଣଙ୍କ ଠାରେ ଅଛି। ବହୁମିତ୍ରଙ୍କ ସାହାଯ୍ୟ ସହଯୋଗ ମିଳିବ। ମନରେ ଆନନ୍ଦ-ଉଲ୍ଲାସ ଭରି ରହିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ହୋଇ କାର୍ଯ୍ୟ କରିବେ। ସୁସ୍ଥ ଓ ସମ୍ମାନିତ ହେବେ।
ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ରୋଧ ସମ୍ବରଣ କରି ବହୁ ଶୁଭଫଳର ଆଶା କରିବେ। ମନରେ ସରସତା ଆସିବ। ଚିନ୍ତାଧାରା ଉନ୍ନତମାନର ହେବ। ନିଜେ ଚଳାଇଥିବା କାର୍ଯ୍ୟରେ ସନ୍ତୁଷ୍ଟ ହୋଇପାରନ୍ତି। ସୁଖ-ସମ୍ଭୋଗ କରିପାରନ୍ତି। କର୍ତ୍ତବ୍ୟନିଷ୍ଠ ହେବେ।
ମକର: କାର୍ଯ୍ୟକୁ ନିଜ ଆୟତ୍ତକୁ ଆଣିପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ପ୍ରୀତି ଭୋଜନ ମିଳିପାରେ। ଭାଗ୍ୟୋନ୍ନତିର ସମୟ ଉପସ୍ଥିତ ହୋଇଛି। ପ୍ରଚୁର ଅର୍ଥ ମିଳିବା ଆଶା କରାଯାଏ।
କୁମ୍ଭ: ଶତ୍ରୁ ବୃଦ୍ଧି ଘଟିପାରେ। ବିଭିନ୍ନ ସ୍ତରରୁ ସହଯୋଗ ପାଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ପାଇ ସନ୍ତୁଷ୍ଟ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି କରିପାରନ୍ତି। କୃଷିକାର୍ଯ୍ୟରେ ନିୟୋଜିତ ହେବେ।
ମୀନ: ହାତକୁ ନେଇଥିବା କାର୍ଯ୍ୟ ଉତ୍ସାହପ୍ରଦ ହେବ। ଧନଲାଭର ସୂଚନା ମିଳୁଛି। ଦ୍ରବ୍ୟଲାଭ ହୋଇପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। କାର୍ଯ୍ୟରେ ସଫଳ ହେବେ।

Comments are closed.