ବୁଧବାର ରାଶିଫଳ ୧୪.୦୭.୨୦୨୧

ମେଷ: ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ମିଳିବ। ହଜିଲା ଧନ ଖୋଜିଲେ ପାଇବେ। ବ୍ୟବସାୟରୁ ବକେୟା ପ୍ରାପ୍ୟ ମିଳିଯାଇପାରେ। ପଢ଼ାପଢ଼ିରେ ମନୋନିବେଶ କରିବେ।

ବୃଷ: ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବିଖ୍ୟାତ କାର୍ଯ୍ୟକରି ମାନବିକତାର ପରିଚୟ ଦେବେ। ଜନପ୍ରିୟ ହେବେ। ସତ୍ୟବ୍ରତ ହେବେ। ଉପକାରୀଠାରେ କୃତଜ୍ଞ ହେବେ।

ମିଥୁନ: ସରକାରୀ ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହୋଇପାରନ୍ତି।  ଦେବଦ୍ବିଜ ପରାୟଣ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।

କର୍କଟ: ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଅତିସୁଖୀ ହେବେ। ସରକାରୀ ସ୍ତରରୁ ସମ୍ମାନ ମିଳିବ। ନବବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି। ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।

ସିଂହ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: ଅଯଥା ଆଲୋଚନାରେ ବାକ୍ୟ ବ୍ୟୟ  ନ କରି ନିଜ ନିଜ କର୍ମରେ ତତ୍ପର ରହିବା ପାଇଁ ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମଧୁର ଭାଷୀ ହେବେ।

ତୁଳା: କାର୍ଯ୍ୟ ସାଧିତ ହେବ; ମାତ୍ର ବିଳମ୍ବରେ। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌ କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ମିଳିବ।

ବିଛା: ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଲାଗି ରହିଥିବା ବିବାଦରେ ବିଜୟୀ ହେବେ।

ଧନୁ: ସୁଖ-ସନ୍ତୋଷ ମିଳିବ। କର୍ମରେ ସଫଳତା ମିଳିବ। ଅଧିକ କ୍ଷମତାର ଅଧିକାରୀ ହୋଇ ତା’ର ସଦ୍‌ବ୍ୟବହାର କରିବେ। ସାମାଜିକ ସ୍ତରରେ ଆଦରଣୀୟ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।

ମକର: ଅର୍ଥ ସଂଗ୍ରହରେ ଲାଗିପଡ଼ିବେ; ମାତ୍ର ଏହା କଷ୍ଟଦାୟକ ହୋଇପାରେ। ମାନସିକ ମନସ୍ତାପ କରିପାରନ୍ତି। ସ୍ବାଭିମାନୀ ହେବେ। ଅଭାବ ଥାଇ ବି କାହାରିକୁ ହାତ ପତାଇବେ ନାହିଁ। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବେ।

କୁମ୍ଭ: ଦୁଃଖ, କଷ୍ଟ ଓ ଶ୍ରମ ବ୍ୟୟରେ ଅନ୍ୟକୁ ସୁଖଦାନ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ, ନିର୍ମଳ ରହିଛି। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।

ମୀନ: ଅଯାଚିତ ବନ୍ଧୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଅଧିକ ଶୁଭଖବର ପ୍ରାପ୍ତ ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।

Comments are closed.