ବୁଧବାର ରାଶିଫଳ ୩୦.୦୬.୨୦୨୧

ମେଷ: ଆୟ ବୃଦ୍ଧିର ସୂଚନା ମିଳୁଛି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ମନ ପ୍ରସନ୍ନ ରହିବ। ଉଚ୍ଚ ପଦ-ପଦବୀରେ ଆସୀନ ହୋଇପାରନ୍ତି। ଜଣେ ମହାନ୍‌ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ସନ୍‌ମାର୍ଗୀ ହେବେ।
ବୃଷ: ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ବିବେକାନୁମୋଦିତ ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି। ସମସ୍ତ କଳ୍ପନା ଦୂର ହେବ। ମାନବବାଦୀ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।
ମିଥୁନ: ମିତ୍ରତା ବୃଦ୍ଧିର ସୂଚନା ମିଳୁଛି। ବୁଦ୍ଧିମାନ୍‌ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଉପକାରୀଠାରେ କୃତଜ୍ଞ ହେବେ। ସୁବକ୍ତା ଭାବେ ମାନ୍ୟତା ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରୋପକାରୀ ହେବେ।
କର୍କଟ: ଦୁଷ୍ଟ ମିତ୍ରଠାରୁ ନିଜକୁ ଦୂରେଇ ରଖିପାରନ୍ତି। ଅସୁସ୍ଥତା ଅନୁଭବ କରିପାରନ୍ତି। ଭୋଗ ବିଳାସରେ ମଗ୍ନ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବହୁ ବିଦ୍ୟା ପାରଙ୍ଗମ ହେବେ। ଅଷ୍ଟମ ଚନ୍ଦ୍ର ଯୋଗଁୁ ସତର୍କ ରହିବେ।
ସିଂହ: ଶାସ୍ତ୍ର ଅଧ୍ୟୟନକରି ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଲୋକମାନଙ୍କର ପୂଜ୍ୟ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟପାଇ ପ୍ରଫୁଲ୍ଲିତ ହେବେ। ମନୋଜ୍ଞ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ସପତ୍ନୀକ ସୁଖୀ ହେବେ।
କନ୍ୟା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଧନପ୍ରାପ୍ତ ହେବେ। ମାନ୍ୟତା ମିଳିବ। ପରୋପକାରୀ ହେବେ।
ତୁଳା: ପରାମର୍ଶ ନେଇ କାର୍ଯ୍ୟକଲେ ସଫଳତା ମିଳିବ। ନିରବଧି ସୁଖଭୋଗ କରିପାରନ୍ତି। ପ୍ରଭୁତ୍ବ ବିସ୍ତାର କରିବେ। ଶାସ୍ତ୍ର ଅଧ୍ୟୟନ କରି ବିଚକ୍ଷଣ ଓ ଜ୍ଞାନୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ପାରଙ୍ଗମ ହେବେ।
ବିଛା: କୃପାନିଧି ହୋଇପାରନ୍ତି। ଦେବ ଓ ଗୁରୁ-ଗୁରୁଜନଙ୍କ ପ୍ରତି ଅନୁରକ୍ତ ହେବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ବାର୍ତ୍ତାଳପରେ ପ୍ରତିପକ୍ଷର ମନ କିଣିପାରନ୍ତି। ନିଜର ଶ୍ରେଷ୍ଠତା ବଜାୟ ରଖିବେ। ଶ୍ରମ ସାର୍ଥକ ହେବ।
ଧନୁ: କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଭଗବତ୍‌ପ୍ରେମୀ ଓ ଈଶ୍ବର ବିଶ୍ବାସୀ ହେବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
ମକର: ଆଶାବାଦୀ ହୋଇପାରନ୍ତି। ତେଜୀୟାନ୍‌ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିପାରେ। ଧର୍ମମତି ହେବେ। ଜନବଲ୍ଲଭରେ ପରିଗଣିତ ହେବେ। ସ୍ବାସ୍ଥ୍ୟ ହାନିର ଆଶଙ୍କା ଅଛି। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନ ମିଳିବ।
କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ଥ ଓ ନିରାମୟ ରହିବେ। କୀର୍ତ୍ତିମାନ ହୋଇପାରନ୍ତି। ସମୃଦ୍ଧିସମ୍ପନ୍ନ ହେବେ। ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ପାରଙ୍ଗମ ହେବେ। ରୁଚିକର ଭୋଜନ ମିଳିବ। ଆୟବୃଦ୍ଧି ହେବ।
ମୀନ: କଠୋର ବାକ୍ୟ ବ୍ୟବହାର କଲେ ଲୋକପ୍ରିୟତା ହାନି ହେବ। ବ୍ୟୟବୃଦ୍ଧିର ସୂଚନା ମିଳୁଥିବା ବେଳେ ଆୟ ବୃଦ୍ଧି ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ସରକାରୀ ସୂତ୍ରରୁ ବା ଦାନ ସୂତ୍ରରେ ମୂଲ୍ୟବାନ ସମ୍ପତ୍ତି ବା ବସ୍ତୁଲାଭ ହୋଇପାରେ।

Comments are closed.