ବୁଧବାର ରାଶିଫଳ ୧୬.୦୬.୨୦୨୧

ମେଷ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ; ମାତ୍ର ସମ୍ମାନକୁ ଜଗି ଚଳିବେ।
ବୃଷ: ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ। କୃଷିକର୍ମ ଉପରେ ଗୁରୁତ୍ବ ଦେବେ। ପ୍ରେମୀ ଓ ବୁଦ୍ଧିମାନ ହେବେ। କଳହଠାରୁ ଦୂରେଇ ରହିପାରନ୍ତି।
ମିଥୁନ: ଉଚ୍ଚ ଆଶା ଫଳବତୀ ହେବ। ମନପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁର ଭାଷୀ ହୋଇପାରନ୍ତି। ଥଣ୍ଡାକଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି। ମେଳାପୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କର ଆଦରଣୀୟ ହେବେ।
କର୍କଟ: ଭାଗ୍ୟଶାଳୀ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ଲାଭ କରିବେ। ବ୍ୟବସାୟରୁ ଅଧିକ ଧନଲାଭ ହେବ। ଘାତଚନ୍ଦ୍ର ଯୋଗଁୁ ସତର୍କ ରହିବେ।
ସିଂହ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ରଣକୁଶଳୀ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।
କନ୍ୟା: କର୍ମଚଞ୍ଚଳ ରହିବେ। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଗୁପ୍ତବିଦ୍ୟାରେ ରୁଚି ରହିବ। ଜ୍ଞାନ-ଗରିମାଯୁକ୍ତ ହେବେ।
ତୁଳା: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥପ୍ରାପ୍ତ ହେବେ।
ବିଛା: କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। କୁଳ ଉଳକାରୀ ହୋଇପାରନ୍ତି। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟରୁ ଲାଭ ମିଳିବ। ଯଶ୍ବସୀ ହେବେ।
ଧନୁ: ସେବା କାର୍ଯ୍ୟରେ ନିୟୋଜିତ ହେବେ। ପୂଜାପଦ୍ଧତିରେ ମନ​‌ ଦେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
କୁମ୍ଭ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରକୁ ଅଧିକ ଉଳମୟ କରିପାରନ୍ତି। ସମାଜସେବାକୁ ଆଦରି ନେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପାରିବାରିକ ସୁଖ ମିଳିବ।
ମୀନ: ଶତ୍ରୁ ଉପଦ୍ରବ ପାଇଁ ଜରୁରୀ ପ୍ରତିକାର କରିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

Comments are closed.