ବୁଧବାର ରାଶିଫଳ ୧୬.୦୨.୨୦୨୨

ମେଷ: ସରଳ ଓ ନିରାଡ଼ମ୍ବର ଜୀବନ-ଯାପନ କରିବେ। ଦାନାଦି କର୍ମରେ ଦୀକ୍ଷିତ ହୋଇ ଜୀବନକୁ ମଧୁମୟ କରିପାରନ୍ତି। ଶ୍ରମ ସାର୍ଥକ ହେବ। ଗୃହ ପରିବେଶ ଉତ୍ତମ ମାନର ହେବ।
ବୃଷ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହେବେ। ଆତ୍ମବିଶ୍ବାସୀ ହେବେ।
ମିଥୁନ: ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଲେଖନୀ ମୁନରେ ଦିଗ୍‌ଦର୍ଶନ ଦେବେ। ଧୀ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଅପୂର୍ଣ୍ଣାତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧନପ୍ରାପ୍ତ ହେବେ।
କର୍କଟ: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ବିନା ଶ୍ରମରେ ଅର୍ଥାଗମ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ।
ସିଂହ: ଆତ୍ମଜ୍ଞାନ ପ୍ରାପ୍ତିର ଲକ୍ଷ୍ୟରେ ଏକାନ୍ତ ସାଧନାରେ ବ୍ରତୀ ହୋଇପାରନ୍ତି। ଭାଷା, ବ୍ୟବହାରରେ ଶାଳୀନତା ଆପଣଙ୍କୁ ମର୍ଯ୍ୟାଦାସମ୍ପନ୍ନ କରିପାରେ। ଧର୍ମୀୟ କାର୍ଯ୍ୟରେ ଅକୁଣ୍ଠ ବ୍ୟୟ କରିପାରନ୍ତି।
କନ୍ୟା: ଜୀବନର ସମ୍ମୋହନ ଜଗଦୀଶଙ୍କ ଶରଣାଗତ ହେବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ଈପ୍‌ସିତ ଦ୍ରବ୍ୟ ସରକାରୀ ସ୍ତରରୁ ପ୍ରାପ୍ତ ହୋଇପାରନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ତୁଳା: ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୀଳଧନରେ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। ପରିବାରର ମାନ-ସମ୍ମାନ ରକ୍ଷାକରିବାରେ ସକ୍ଷମ ହେବେ। ରାଜଧନ ପ୍ରାପ୍ତ ହେବେ।
ବିଛା: ସୁବିମଳ ଯଶର ଅଧିକାରୀ ହେବେ। ନିର୍ଭରଶୀଳ ନ ହୋଇ କର୍ମତତ୍ପର ହେବେ। ଗୁଣର ପ୍ରସାର ଘଟାଇ ଅନ୍ୟକୁ ଆକର୍ଷିତ କରିପାରନ୍ତି। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। କର୍ଯ୍ୟ ସଅଳ-ସୁଗମ ହେବ।
ଧନୁ: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ଧୈର୍ଯ୍ୟର ସହିତ ଅନଟନର ମୁକାବିଲା କରି କୃତକାର୍ଯ୍ୟ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି, କର୍ମତତ୍ପର ରହିବେ।
ମକର: ଆଚରଣ ଶୁଦ୍ଧିକରି ପ୍ରବଚନକୁ ସାର୍ବଜନୀନ କରିବାରେ ପାରଙ୍ଗମ ହେବେ। ସେବା ମନୋଭାବ ଯୋଗଁୁ ମହନୀୟ ପଦପଦବୀ ପ୍ରାପ୍ତ ହେବେ। ଅହଂଭାବ ପରିତ୍ୟାଗ ନ କଲେ ନିନ୍ଦାଭାବରୁ ମୁକ୍ତି ମିଳିନପାରେ।
କୁମ୍ଭ: ଦୟାଳୁ, ଗୁଣାତୀତ ଓ ସମ୍ୟକ ତତ୍ତ୍ବଦର୍ଶୀ ହୋଇପାରନ୍ତି। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ। ଆଚାର ଓ ବ୍ୟବହାରରେ ସଙ୍କୁଚିତ ହୋଇ ଶତ୍ରୁ ଆପଣାଛାଏଁ ଅପସରି ଯିବ।
ମୀନ: ନିଜ ଅନୁଭୂତିରୁ ଉତ୍ପନ୍ନ ଲେଖା ପାଠକମାନଙ୍କ ପାଇଁ ଉପାଦେୟ ହେବ। ହଠାତ୍‌ ଧନଲକ୍ଷ୍ମୀ ପ୍ରସନ୍ନ ହୋଇପାରନ୍ତି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ପ୍ରେରଣା ଆପଣଙ୍କୁ ସନ୍ମାର୍ଗୀ କରିପାରେ।

Comments are closed.