ବୁଧବାର ରାଶିଫଳ ୨୬.୦୧.୨୦୨୨

ମେଷ: ଲୋଭାସକ୍ତ ଓ ଧନପ୍ରିୟ ହୋଇପାରନ୍ତି। ଦିନକ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରକୁ ଊଳମୟ କରିପାରନ୍ତି। ପ୍ରୀତିଭୋଜନ ସହ ଆନନ୍ଦ ଉପଭୋଗ କରିବେ।
ବୃଷ: ସତ୍‌ମାର୍ଗରେ ପରିଚାଳିତ ହେବେ। ବନ୍ଧୁପ୍ରିୟ ହେବେ। ପାଳିତ ପଶୁ ପାଇଁ ପଡ଼ୋଶୀ ସହ ବିବାଦ ଉପୁଜିପାରେ। ପତ୍ନୀ ସ୍ନେହୀ ହେବେ। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ। ଋଣମୁକ୍ତ ହୋଇପାରନ୍ତି।
ମିଥୁନ: ଧର୍ମାନୁରକ୍ତ ହେବେ। ଚରିତ୍ରବାନ୍‌ ହୋଇପାରନ୍ତି। ତେଜୀୟାନ ହେବେ ଓ ସନ୍ତାନମାନେ ସୁଶିକ୍ଷିତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ପ୍ରଚୁର ଅର୍ଥାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: ଦ୍ବିଜଙ୍କ ସହିତ ମିତ୍ରତା କରି ଆତ୍ମ ସନ୍ତୋଷ ଲାଭ କରିବେ। ବିନୟ ଭାବର ହେବେ। ଧର୍ମ ମାର୍ଗରେ ମନୋନିବେଶ କରି ଶାନ୍ତି ପାଇବେ। ଦେବ ଆରଧାନା ନିରତ ହେବେ। ଶ୍ରମର ମୂଲ୍ୟାଙ୍କନ ହେବ।
ସିଂହ: ବ୍ରହ୍ମ ଉପାସକ ହୋଇପାରନ୍ତି। ଆୟ ସରକାରୀ ସ୍ତରରୁ ଆସିପାରେ। ଅଶାନ୍ତି ଦୂର ହେବ। ପତ୍ନୀ ସୁଖଦାୟିକା ହେବେ। ଭ୍ରାତୃଭାବ ଅତୁଟ ରହିବ। ପରବିତ୍ତରେ ଧନ୍ୟ ହେବେ। ଶୁଦ୍ରଙ୍କ ସହ ମିତ୍ରତା ହେବ।
କନ୍ୟା: ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁବର୍ଣ୍ଣ ଅଳଙ୍କାରାଦି ବ୍ୟବସାୟରୁ ଧନଲାଭ ହୋଇପାରେ। ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ମତିମାନ୍‌ ହୋଇପାରନ୍ତି।
ତୁଳା: ଚିତ୍ର ବିଦ୍ୟା ପାରଦର୍ଶୀ ହେବେ। ଅତିଶୟ ପୁଣ୍ୟକର୍ମଶୀଳ ହୋଇପାରନ୍ତି। ସମ୍ପତ୍ତିବାନ୍‌ ହେବେ। ରାଜପୂଜା ମିଳିବ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ରହିବେ।
ବିଛା: ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଚୋରଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଭଲ। ସ୍ନେହବୋଳା କଥାରେ ପରକୁ ଆପଣାର କରିପାରନ୍ତି।
ଧନୁ: ସରକାରୀ ସ୍ତରରୁ ଧନ ପ୍ରାପ୍ତ ହେବେ। ସେବା କ୍ଷେତ୍ରରେ ନିୟୋଜିତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ।
ମକର: କର୍ମତତ୍ପର ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କୁମ୍ଭ: ଦେବ-ଦ୍ବିଜପରାୟଣ ହୋଇପାରନ୍ତି। କୃଷିକ୍ଷେତରୁ ଆୟ ଆସିବ। ପୁରାତନ ଶବ୍ଦ ଭଣ୍ଡାରର ପେଡ଼ି ଖୋଲି ଦେଇପାରନ୍ତି। ପାଣ୍ଡିତ୍ୟର ପ୍ରତିଭା, ପରିସ୍ଫୁଷ୍ଟ କରାଇପାରନ୍ତି। କ୍ଷମତାର ସଦ୍‌ ବ୍ୟବହାର କରିବେ।
ମୀନ: ସାମାନ୍ୟ ଅସୁସ୍ଥ ଥାଇ ମଧ୍ୟ ଧର୍ମଧ୍ବଜାଧାରୀ ହେବେ। ନିର୍ଭୟରେ ବିପଦର ମୁକାବିଲା କରିବେ। ଉନ୍ନୟନ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଅଭାବ ପୂରଣ ହେବ; ମାତ୍ର ବିଳମ୍ବରେ। ସର୍ତକ ରହିବେ।

Comments are closed.