ବୁଧବାର ରାଶିଫଳ ୧୯.୦୧.୨୦୨୨

ମେଷ: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। ଖାଦ୍ୟ ଓ ପାନୀୟ ସୁଖ ମିଳିପାରେ। ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି। ବାସଗୃହ ପ୍ରଦୂଷଣମୁକ୍ତ ରହିବ। ଚତୁଷ୍ପଦ ପ୍ରାଣୀ ଲାଭ ହୋଇପାରେ।
ବୃଷ: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସରକାରଙ୍କ କୃପାପାତ୍ର ହେବେ। କାବ୍ୟ-କବିତା ରଚନା କରି ସମ୍ମାନିତ ହେବେ। ବ୍ରହ୍ମ ଉପାସକ ହୋଇପାରନ୍ତି। ଠାକୁରଙ୍କ ଦର୍ଶନ ଲାଭ କରିବେ। ଅଶାନ୍ତି ଦୂର ହେବ।
ମିଥୁନ: ଅକ୍ଷୟ କୀର୍ତ୍ତି ଅର୍ଜନ କରିବେ। ପତ୍ନୀଙ୍କ ସଞ୍ଚିତ ଧନରେ ନିଜର ଗୁଜୁରାଣ ମେଣ୍ଟାଇ ପାରନ୍ତି। ରୌପ୍ୟ ଓ ସୁବର୍ଣ୍ଣ ସମ୍ପଦ ଘରକୁ ଆଣିପାରନ୍ତି। ସାଧୁ ସେବା କରି ଆତ୍ମସନ୍ତୋଷ ଲାଭ କରିବେ।
କର୍କଟ: ଧନଶାଳୀ ହୋଇପାରନ୍ତି। ସର୍ବଲୋକ ପୂଜ୍ୟ ହେବେ। ପରସେବକ ଓ ଚଞ୍ଚଳ ମନା ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ନୂଆ ବନ୍ଧୁ ଜୁଟିବେ।
ସିଂହ: ମହାବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସରକାରଙ୍କ କୃପା ଦୃଷ୍ଟିରୁ ବଞ୍ଚିତ ହେବେ। ଚୋରି ଭୟ ରହିଛି। ଭାଷା ଓ ବ୍ୟବହାର ମଧୁର ହେତୁ ଜନସାଧାରଣଙ୍କ ପ୍ରିୟପାତ୍ର ହେବେ।
କନ୍ୟା: ବିଭିନ୍ନ ଉପାୟ ଅବଲମ୍ବନ କରି ଧନ ଆହରଣ କରିପାରନ୍ତି। ଶାସ୍ତ୍ରାଦି ଚିନ୍ତା ଲାଗି ରହିବ। ବିନୟ ସ୍ବଭାବର ହେବେ। ସାଧୁନୀତି ଅବଲମ୍ବନ କରିବେ। ବିବେକାନୁମୋଦିତ ଧନ ଗ୍ରହଣ କରିବେ।
ତୁଳା: ବାଣିଜ୍ୟ କାରବାର ଲାଭଜନକ ହେବ। ଧର୍ମାତ୍ମା ଓ ସୁଜନ ବ୍ୟକ୍ତିଭାବେ ନମସ୍ୟ ହେବେ। ପରୋପକାରୀ ହେବେ। କର୍ମକ୍ଷେତ୍ରରୁ ସୁଫଳ ପାଇବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବିଛା: କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍‌ ହେବେ। ବିବାଦୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିପାରନ୍ତି। ବିନା ଉଦ୍ୟମରେ କ୍ଷମତା ହାତକୁ ଆସିବ। ତା’ର ସଦ୍‌ ବ୍ୟବହାର କରି ପ୍ରଶଂସା ମିଳିବ।
ଧନୁ: ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଅଗ୍ନିମାନ୍ଦ୍ୟ ଯୋଗୁଁ ଶାରୀରିକ ଦୁର୍ବଳତା ଉପୁଜିପାରେ। ଶୁଭ କାର୍ଯ୍ୟରୁ ବିରତ ରହିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମକର: ଦାମ୍ଭିକ ମନୋବୃତ୍ତିର ହୋଇପାରନ୍ତି। ଯୁଦ୍ଧପ୍ରିୟ ହେବେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ତେଜୀୟାନ୍‌ ହେବେ। କର୍ମଚଞ୍ଚଳ ରହିବେ। ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି।
କୁମ୍ଭ: ସହଯୋଗୀଙ୍କ ସହାୟତା ପାଇ ଶତ୍ରୁ ବିନାଶ କରିପାରନ୍ତି। ଅଶାନ୍ତି ଦୂର ହେବ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି।
ମୀନ: ପୁତ୍ରମାନେ ପତ୍ନୀ ପ୍ରିୟ ଓ ବିଳାସୀ ହୋଇପାରନ୍ତି। ଉତ୍ତମ ବକ୍ତାଭାବେ ଖ୍ୟାତି ଅର୍ଜନ କରିବେ। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଦେବ-ଦ୍ବିଜାନୁରକ୍ତ ହେବେ। ଅଧିକ ଧନ ଅର୍ଜନରେ ପାରଙ୍ଗମ ହେବେ।

Comments are closed.