ବୁଧବାର ରାଶିଫଳ (୧୫/୧୨/୨୦୨୧)

ମେଷ: ଭଲ ଆୟ ହେବ। ସୁଖୀ ଓ ସମ୍ମାନିତ ହେବେ। ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ତ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ: ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ପଥରୋଧ ଘଟିପାରେ।
ମିଥୁନ: ସୁସମ୍ବାଦ ଶୁଣି ଖୁସି ହେବେ। ଅଧିକ ଅଭିଜ୍ଞତା ଅର୍ଜନ ପାଇଁ ଆଶାୟୀ ହେବେ। ଜ୍ଞାନ ଅର୍ଜନ କରି ଆନନ୍ଦ ଅନୁଭବ କରିବେ। ରୋଜଗାର ଆଶାନୁରୂପ ହେବ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ।
କର୍କଟ: ଶ୍ରମ ସାର୍ଥକ ହେବ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ସିଂହ: ସେବକ ମନୋଭାବର ହୋଇପାରନ୍ତି। ପୂଜ୍ୟପୂଜା ଉପରେ ପ୍ରାଧାନ୍ୟ ଦେବେ। ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ।
କନ୍ୟା: ପ୍ରିୟଭାଷୀ ହେବେ। ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ।
ତୁଳା: ପ୍ରୀତିଲାଭର ସୂଚନା ମିଳୁଛି। ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।
ବିଛା: ବିଭିନ୍ନ ସ୍ତରରୁ ସହାୟତା ପାଇ ଶତ୍ରୁ ବିନାଶ କରିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ଧନୁ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ଶୁଣି ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କରିତ୍‌କର୍ମା ହେବେ।
ମକର: ପରିଶ୍ରମ ଅତ୍ୟଧିକ ହେଲେ ବି, ତା’ର ମୂଲ୍ୟ ମିଳିବ। ସମ୍ମାନିତ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
କୁମ୍ଭ: ସାଂଗଠନିକ କାର୍ଯ୍ୟର କୃତିତ୍ବ ନେଇ ପାରନ୍ତି। ଆର୍ଥିକ ସ୍ଥିତିର ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଉପଶମ ହେବ।
ମୀନ: ଦେଖାଦେଇଥିବା ଆକସ୍ମିକ ସମସ୍ୟାର ସମାଧାନ କରିବାରେ ପାରଙ୍ଗମ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ସତ୍ୟନିଷ୍ଠ ହେବେ। ଦାୟିତ୍ବ ସମ୍ପନ୍ନ ବ୍ୟକ୍ତିଭାବେ କର୍ତ୍ତବ୍ୟରତ ହେବେ। ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍‌ ହେବେ।

Comments are closed.