ବୁଧବାର ରାଶିଫଳ (୦୩/୦୨/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By ସମାଜ ଡେସ୍କ Last updated Feb 3, 2021 Share ମେଷ: ବିଜ୍ଞ ବ୍ୟକ୍ତିଭାବେ ଦକ୍ଷତା ପ୍ରତିପାଦନ କରିବେ। ଉଚ୍ଚକୋଟୀର ଭାଷା ବ୍ୟବହାର କରିପାରନ୍ତି। ବିନୟୀ ହେବେ। ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ। ଦେବ ଗୁରୁଭକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ। ସନ୍ମାର୍ଗୀ ହେବେ। ବୃଷ: ଅପାର ଗୁଣର ଆଧାର ହୋଇପାରନ୍ତି। ଧନ ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଜଣେ ମହାନ୍ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କୃଷି ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିପାରେ। ମିଥୁନ: ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବସ୍ତ୍ର ସହିତ ଧନଲାଭର ସୂଚନା ମିଳୁଛି। ଭୋଜନ ସୁଖ ମିଳିବ। ସୁଖ ଓ ପ୍ରସିଦ୍ଧି ପ୍ରାପ୍ତ ହେବେ। କର୍କଟ: ନିଜ ବଳାର୍ଜିତ ଧନଭୋଗ କରିପାରନ୍ତି। ଧନବାନ୍ ହେବେ। ସାହସୀ ହେବେ। ପରସେବା କରିପାରନ୍ତି। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ପରୋପକାରୀ ହେବେ। ସିଂହ: ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସଙ୍ଗୀତଜ୍ଞ ହୋଇପାରନ୍ତି। କର୍ମପଟୁ ହେବେ। ସତ୍ଚରିତ୍ରବାନ୍ ହୋଇପାରନ୍ତି। ଦାତା ଓ ଭୋକ୍ତା ହେବେ। ଧୀରେ ସୁସ୍ଥେ କାର୍ଯ୍ୟ କରିବେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। କନ୍ୟା: ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ବଳିଷ୍ଠ ହେବେ। ସ୍ବାସ୍ଥ୍ୟବାନ୍ ହେବେ। ସୁସ୍ଥ ଓ ନିରାମୟ ହେବେ। ଉତ୍ତମ ଭୋଜନରେ କ୍ଳେଶ ଦୂର କରିପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। Related Posts ଶ୍ରମିକ ହୋଇ କାର୍ଯ୍ୟ କଲେ ପ୍ରକଳ୍ପ ନିର୍ଦେଶକ Feb 28, 2021 ବସ୍-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩… Feb 28, 2021 ତୁଳା: ତୀର୍ଥଯାତ୍ରାରେ ଅଧିକ ବ୍ୟୟ କରିପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିବେ। ଶତ୍ରୁ ପଛରେ ଲାଗି ରହିବେ। ଗୁଣ ପ୍ରଦର୍ଶନ କରିବାରେ ବିଫଳ ହୋଇପାରନ୍ତି। ଲୁହା, ପଥର ଇତ୍ୟାଦି ବ୍ୟବସାୟରୁ ସ୍ବଳ୍ପ ଧନ ପ୍ରାପ୍ତ ହୋଇପାରନ୍ତି। ବିଛା: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ଶତ୍ରୁ ବିନାଶ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍ ହେବେ। ଧନୁ: ସରକାରୀ ଅର୍ଥ ପ୍ରାପ୍ତ ହେବେ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ସେବାକାରୀ ହେବେ ଓ ପରୋପକାରୀ ହେବେ। ଭୋଜନଦାତା ହେବେ। ମକର: ଧନବାନ୍ ହେବେ। ମହିଳାମାନଙ୍କ ନେତୃତ୍ବ ନେଇ ପାରନ୍ତି। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ଦର୍ଶନୀୟ ହେବେ। ଭୋଗ ବିଳାସ କରିପାରନ୍ତି। ତେଜୀୟାନ୍ ହେବେ। ଉତ୍ତମ ବସ୍ତ୍ରାଦିଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ। କୁମ୍ଭ: କ୍ଷମାଶୀଳ ହୋଇପାରନ୍ତି। ସନ୍ମାର୍ଗୀ ହେବେ। ସୁଶୀଳ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ସାମାନ୍ୟ ଶାରୀରିକ କ୍ଲେଶ ଭୋଗ କରିବେ। ସତ୍ପଥଗାମୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ହେବେ। ସତର୍କତାର ଦିନଟି ଆଜି। ମୀନ: ଶୀଳ ଧନପ୍ରାପ୍ତ ହେବେ। ସ୍ଥିର ସ୍ବଭାବର ହୋଇପାରନ୍ତି। ବିଜ୍ଞ ଲୋକଙ୍କ ଦ୍ବାରା କବଳିତ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଶାସ୍ତ୍ରାନୁରକ୍ତ ହେବେ। ଶତ୍ରୁ ବିନାଶ କରିପାରନ୍ତି। odia newsodisha newsWednesday Horoscope 03 02 2021 Share FacebookTwitterWhatsApp