ବୁଧବାର ରାଶିଫଳ ( ୨୭। ୫।୨୦୨୦)

ମେଷ: ପରିଶ୍ରମର ମୂଲ୍ୟ ମିଳିିବ। ଜନବଲ୍ଲଭ ବ୍ୟକ୍ତିଭାବେ ପ୍ରଭାବ ବିସ୍ତାରିତ କରିପାରନ୍ତି। ନୀତି-ନିୟମାନୁସାରେ କାର୍ଯ୍ୟ ସଂପାଦନ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି।
ବୃଷ: କର୍ମ ଚଞ୍ଚଳ ରହିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ସମ୍ମାନିତ ହେବେ। ଧନାଗମର ହେବାର ସୂଚନା ମିଳୁଛି। ତ୍ୟାଗପୂତ ମନୋଭାବ ସଂପନ୍ନ ହୋଇପାରନ୍ତି। ଜଣେ ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ଆଦରଣୀୟ ହୋଇପାରନ୍ତି।
କର୍କଟ: ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତ ହେବ। ନୂଆବନ୍ଧୁ ଜୁଟିବେ।
ସିଂହ: ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଧନ ଲାଭ ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଗୁଣବାନ୍‍ ଓ ବହୁବିଦ୍ୟା ପାରଙ୍ଗମ ହେବେ।
କନ୍ୟା: ଜ୍ଞାନଗରିମା ପାଇଁ ସମ୍ମାନିତ ହୋଇପାରନ୍ତି। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ତୁଳା: ମିଳିଥିବା କର୍ମ ସଂସ୍ଥାନକୁ ହାତଛଡ଼ା କରନ୍ତୁ ନାହିଁ। ପରୋପକାରୀ ହୋଇପାରନ୍ତି। ସୁସମ୍ବାଦ ପାଇ ଭାବବିହ୍ୱଳ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ।
ବିଛା: ଧୀରେ ସୁସ୍ଥେ କାର୍ଯ୍ୟରେ ଆଗକୁ ବଢ଼ିବେ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନରେ ଶୁଣିବାକୁ ମନ ବଳାଇ ପାରନ୍ତି।
ଧନୁ: ମାର୍ଗ କଣ୍ଟକିତ ଥିବାରୁ ସତର୍କତାର ସହ ପଦ ଚାଳନା କରିବାକୁ ପଡ଼ିବ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ପତ୍ନୀଙ୍କ ଠାରୁ ସୁପରାମର୍ଶ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର: କାର୍ଯ୍ୟରେ ପଶ୍ଚାତ୍‍ପଦ ହେବାର ପ୍ରଶ୍ନ ଉଠୁନାହିଁ। ବନ୍ଧୁ ସହାୟତା ପାଇ ଆଗକୁ ବଢ଼ି ପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।
କୁମ୍ଭ: ଯେକୌଣସି ଉପାୟରେ ଆଗକୁ ବଢ଼ିବେ। ପ୍ରତିଶୋଧପରାୟଣ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଆଶ୍ୱସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ।
ମୀନ: ବିଶ୍ୱାସ ଘାତକଙ୍କୁ କ୍ଷମା ଦେବେ ନାହିଁ। ଉପାଦେୟ ପୁସ୍ତକ ପଢ଼ିବାରେ ସମୟ ବିତାଇ ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ସୁଖ ମିଳିବ।

Comments are closed.