ବୁଧବାର ରାଶିଫଳ

ମେଷ: ବୈବାହିକ ଜୀବନ ସୁଖପ୍ରଦ ହେବ। ଦାନ, ଧର୍ମ କରି ଆତ୍ମତୃପ୍ତି ଲାଭ କରିବେ। ଧର୍ମ କାର୍ଯ୍ୟରତ ରହିପାରନ୍ତି। ଭ୍ରମଣ ଯୋଗ ଅଛି। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଅର୍ଥ ମିିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।
ବୃଷ: ଆୟ ବୃଦ୍ଧିର ସୂଚନା ମିଳୁଛି। ଶିଳ୍ପ ସ୍ଥାପନ ପାଇଁ ଉଦ୍ୟମ ଚଳାଇ ପାରନ୍ତି। ଧର୍ମରତ ହେବେ। ପଣ୍ଡିତରେ ଗଣ୍ୟ ହୋଇପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ସରଳ ପ୍ରକୃତି ଓ ବିନୀତ ସ୍ୱଭାବର ହୋଇପାରନ୍ତି। ମନ୍ତ୍ରଣା ଦାତା ଓ ସୁଖୀ ହେବେ। କାବ୍ୟ ରଚନା କରିବେ।
ମିଥୁନ: କାର୍ଯ୍ୟ କ୍ଷେତ୍ର କଷ୍ଟଦାୟକ ହେବ। ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ଅର୍ଥ ସଞ୍ଚୟ କରିବାରେ ଲାଗି ପଡ଼ିବେ। ପଦ-ପଦବୀ ମିଳିିପାରେ। କଥାରେ ଲୋକମାନଙ୍କୁ ବଶ କରି ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ।
କର୍କଟ: ପରିସ୍ଥିତି ଉତ୍ସାହଜନକ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟରେ ବିଶେଷ ଉପକୃତ ହୋଇପାରନ୍ତି। ଶତ୍ରୁତାର ଶିକାର ହେବେ; ମାତ୍ର କିଛି କ୍ଷତି ହେବ ନାହିଁ। ଅନ୍ୟ ପକ୍ଷରେ ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ। ଧନ ସହିତ ଯାନ-ବାହନ ମିଳିବ।
ସିଂହ: କାର୍ଯ୍ୟ ଭାର ବହନ କରି ଲାଭବାନ୍‍ ହେବେ। ନିରବ ଭାବ ଅବଲମ୍ବନ କରିପାରନ୍ତି। ସମ୍ମାନିତ ହୋଇପାରନ୍ତି। ଧନ ଓ ଯାନ-ବାହନାଦିରୁ ସୁଖଭୋଗ କରିବେ। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭ ହୋଇପାରେ। ନୃତ୍ୟ ସଙ୍ଗୀତ ପ୍ରିୟ ହେବେ।
କନ୍ୟା: ଆପଣ ଠିକ୍‍ ଭାବରେ ଚାଲିଥିବାରୁ ଅନୁତପ୍ତ ହେବାର ଆବଶ୍ୟକତା ନାହିଁ। ନିରବ ଚିନ୍ତକ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ମନ ସନ୍ତୁଷ୍ଟ ହେବ। ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ। ବୁଦ୍ଧିମାନ୍‍ ହେବେ। ଯାନ-ବାହନ ସୁଖ ମିଳିବ। ଧନବାନ୍‍ ହେବେ।
ତୁଳା: ଜମି-ବାଡ଼ି ଘଟଣା ତଥା ଚାଷ କାର୍ଯ୍ୟରେ ଦ୍ୱନ୍ଦ୍ୱ ଉପୁଜି ପାରେ। ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଭାଷାବିତ୍‍ ହୋଇପାରନ୍ତି। ଧନଶାଳୀ ହେବାର ଆଶା ରହିଛି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ବିଛା: ମାଲିମୋକଦ୍ଦମାରେ ବିଜୟୀ ହେବେ। ସାନ୍ତ୍ୱନା ମିଳିବ। ଉପୁଜିଥିବା ସଙ୍କଟ ଦୂର ହେବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ଯାନ-ବାହନ ସୁଖ ମିଳିପାରେ। ଧନବାନ୍‍, ଗୁଣଯୁକ୍ତ, ଉପାର୍ଜନକାରୀ ଓ ବଳିଷ୍ଠ ହେବେ। ସୁସ୍ୱାଦୁ ଭୋଜନ ମିଳିବ। ସୁସ୍ଥ ରହିବେ।
ଧନୁ: ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ପଡ଼ୋଶୀ ଓ ସହକର୍ମୀଙ୍କ ସହିତ ସଦ୍ଭାବନାରେ ଚଳିବେ। ସୁଖୀ ହେବେ। ଅସାଧ୍ୟ କାର୍ଯ୍ୟକୁ ସହଜରେ ସାଧନ କରିପାରନ୍ତି।
ମକର: ପ୍ରତାରିତ ହୋଇପାରନ୍ତି। ଧୈର୍ଯ୍ୟ ହାନି ଘଟିପାରେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆୟ ଆଶାନୁରୂପ ହେବ। କର୍ମକ୍ଷେତ୍ରରୁ ବହୁ ଶୁଭଫଳ ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିବ।
କୁମ୍ଭ: ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞ ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନ-ବାହନ ସୁଖ ମିଳିବ। କୀତ୍ତି ସ୍ତମ୍ଭ ସ୍ଥାପନ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ସୁଖ ମିଳିବ।
ମୀନ: ଯାନ-ବାହନ ଚଳାଚଳରେ ସତର୍କ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହେବେ। ଉତ୍ତମ ଗୁଣଯୁକ୍ତ, ନୀତିନିଷ୍ଠ ଓ ଚତୁର ହୋଇପାରନ୍ତି।

Comments are closed.