ନବବର୍ଷ ୨୦୧୯ର ବିବାହ ତାରିଖ

0

ବିବାହ ମୁହୂର୍ତ୍ତ ପାଇଁ ଶୁଭ ତିଥି, ଶୁଭ ନକ୍ଷତ୍ର, ଶୁଭ ଦିନ ଓ ଶୁଭ ତାରିଖର ଆବଶ୍ୟକତା ରହିଛି । ଜ୍ୟୋତିଷବିତଙ୍କ ମତ ଅନୁଯାୟୀ, ବିବାହ ପାଇଁ ହସ୍ତ, ଉତ୍ତରାଫାଲଗୁନୀ, ଉତ୍ତରାଷାଢ, ଉତ୍ତରାଭାଦ୍ରପଦ, ସ୍ବାତି, ମଘା, ମୂଳ, ଅନୁରାଧା, ମୃଗଶିରା, ରେବତି, ରୋହଣୀ ଆଦିକୁ ଗୁରୁତ୍ବ ଦିଆଯାଏ । ହେଲେ ଓଡିଆ ମାସ ମଧ୍ୟରୁ ମାଘ, ଫାଲଗୁନ, ବୈଶାଖ, ଜ୍ୟେଷ୍ଠ, ଆଷାଢ, ମାର୍ଗଶୀର ମାସରେ ବିବାହ କରିବା ଶ୍ରେଷ୍ଠ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ୨୦୧୯ ମସିହାରେ କେଉଁ ମାସରେ ଏବଂ କେବେ ବିବାହ ତିଥି ରହିଛି ।

ଚଳିତ ବର୍ଷ ଜାନୁଆରୀ ୧୭ ତାରିଖରୁ ବିବାହ ଋତୁ ଆରମ୍ଭ ହେଉଛି । ଜାନୁଆରୀ ୧୮, ୨୩, ୨୫, ୨୬, ୨୯ ତାରିଖରେ ବିବାହ ତିଥି ରହିଛି । ଫେବ୍ରୁଆରୀ ମାସର ଆରମ୍ଭରୁ ଅଥାତ୍ ପ୍ରଥମ ଦିନରୁ ବିବାହ ତିଥି ରହିଛି । ଏହା ପରେ ଦ୍ବିତୀୟ ସପ୍ତାହ ୮ରୁ ୧୦ ଏବଂ ୧୫ ତାରିଖରେ ବିବାହ ତିଥି ରହିଛି । ପରେ ଫେବ୍ରୁଆରୀ ୧୫, ୨୧, ୨୩, ୨୪,୨୬ ଏବଂ ୨୮ରେ ବିବାହ ପାଇଁ ଉପଯୁକ୍ତ ତିଥି ରହିଛି ।

ସେହିପରି ମାର୍ଚ୍ଚ ମାସର ୨(ଶନିବାର),୭(ଗୁରୁବାର),୮(ଶୁକ୍ରବାର),୯(ଶନିବାର) ଏବଂ ୧୩(ବୁଧବାର)ରେ ବିବାହ ତିଥି ରହିଛି । ଏପ୍ରିଲ ମାସର ଅଧାରୁ ଅର୍ଥାତ୍ ୧୬(ମଙ୍ଗଳବାର)ତାରିଖରୁ ବିବାହ ତିଥି ଆରମ୍ଭ ହେଉଛି । ପରେ ୧୭(ବୁଧବାର), ୧୮(ଗୁରୁବାର), ୧୯(ଶୁକ୍ରବାର), ୨୦(ଶନିବାର), ୨୨(ସୋମବାର), ୨୩(ମଙ୍ଗଳବାର), ୨୪(ବୁଧବାର), ୨୫(ଗୁରୁବାର) ଏବଂ ୨୬(ଶୁକ୍ରବାର)ରେ ବିବାହ ତାରିଖ ରହିଛି ।

ମେ ମାସର ୨, ୬, ୭, ୧୨, ୧୪, ୧୫, ୧୭, ୧୯, ୨୧, ୨୩, ୨୮, ୨୯ ଏବଂ ୩୦ ତାରିଖରେ ବିବାହ ତିଥି ରହିଛି । ସେହିପରି ଜୁନ୍ ମାସରେ ୮, ୯, ୧୦, ୧୨, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୫ ଏବଂ ୨୬ ତାରିଖରେ ବିବାହ ତିଥି ରହିଛି । ଜୁଲାଇ ମାସରେ ୬ ଓ ୭ ଏହି ଦୁଇଟି ତାରିଖରେ ବିବାହ ଯୋଗ ରହିଛି ।

ନଭେମ୍ବର ମାସର ୮(ଶୁକ୍ରବାର), ୯(ଶନିବାର), ୧୦(ରବିବାର), ୧୪(ଗୁରୁବାର), ୨୨(ଶୁକ୍ରବାର), ୨୩(ଶନିବାର), ୨୪(ରବିବାର) ଏବଂ ୩୦(ଶନିବାର) ରେ ବିବାହ ତିଥି ରହିଛି । ଡିସେମ୍ବର ମାସରେ ମାତ୍ର ୪ଟି ବିବାହ ତିଥି ରହିଛି । ଡିସେମ୍ବର ୫(ଗୁରୁବାର), ୬(ଶୁକ୍ରବାର), ୧୧(ବୁଧବାର) ଏବଂ ୧୨(ଗୁରୁବାର) ରେ ବିବାହ ଯୋଗ ରହିଛି ।

Leave A Reply