ଜୀବନ୍ତ ହେବ ପଟ୍ଟଚିତ୍ରର କାହାଣୀ, ଆସନ୍ତାକାଲି ୱେବିନାର

ଓଡ଼ିଶାର ଅନନ୍ୟ ପାରମ୍ପରିକ ଚିତ୍ରକଳା ‘ପଟ୍ଟଚିତ୍ର’ ସାରା ବିଶ୍ୱରେ ସ୍ୱତନ୍ତ୍ର ପ୍ରସିଦ୍ଧି ଲାଭ କରିଥିବା ବେଳେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଟି)ର ଓଡ଼ିଆ ସାହିତ୍ୟ ସମାଜ ଓ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ପକ୍ଷରୁ ଆସନ୍ତାକାଲି (ରବିବାର) ଅପରାହ୍ନ ୪ଟାରେ ‘ପଟ୍ଟଚିତ୍ର’ କଳା ସମ୍ପର୍କରେ ଏକ ବିଶେଷ ୱେବିନାର ଆୟୋଜନ କରାଯାଇଛି।
ଓଡ଼ିଆ ସାହିତ୍ୟ ସମାଜର କାର୍ଯ୍ୟକର୍ତ୍ତା ଅମନ କୁମାର ସାହୁ କହିଛନ୍ତି, ଉତ୍କୃଷ୍ଟ କଳାର ଦେଶ ଉତ୍କଳ ଯୁଗ ଯୁଗ ଧରି ଏହାର ଉଚ୍ଚକୋଟୀର କଳା, ଐତିହ୍ୟ ଏବଂ ସଂସ୍କୃତି ପାଇଁ ବିଶ୍ବ ଦରବାରରେ ଏକ ଅନନ୍ୟ ଛବି ପ୍ରତିଫଳନ କରିବାରେ ସଫଳ ହୋଇପାରିଛି। ଏହା ମଧ୍ୟରୁ ପଟ୍ଟଚିତ୍ର ହେଉଛି ବହୁତ ପୁରାତନ ଆଉ ବେଶ୍ ପ୍ରସିଦ୍ଧ। ପଟ୍ଟଚିତ୍ର ଏକ ପାରମ୍ପରିକ କପଡା ଭିତ୍ତିକ କଳାକୃତି ଯାହା ପୌରଣିକ କାହାଣୀ ତଥା ଲୋକକଥାକୁ ବର୍ଣ୍ଣନା କରିଥାଏ। ଅତୀତରେ ଏହା ଧାର୍ମିକ ଦାନ ଭାବରେ ମନ୍ଦିରଗୁଡିକୁ ଦିଆଯାଉଥିଲା। ଓଡ଼ିଶାର ରଘୁରାଜପୁର ଗ୍ରାମର ପଟ୍ଟଚିତ୍ର କଳାକାରମାନେ ବିଶ୍ଵ ଦରବାରରେ ନିଜର ଆକର୍ଷଣୀୟ କଳାକୃତି ପାଇଁ ସୁନାମ ଅର୍ଜନ କରିପାରିଛନ୍ତି।
ଏହି ୱେବିନାରରେ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଅନ୍ତର୍ଗତ ସାହିତ୍ୟ ସମାଜ ଓ ଫିଲ୍ମ ମିଉଜିକ ସୋସାଇଟିର ସକ୍ରିୟ କ୍ଲବ ଭାବେ କାର୍ଯ୍ୟରତ ଓଡ଼ିଆ ସାହିତ୍ୟ ସମାଜ ଓ ଆକୃତି କ୍ଲବର ସହଯୋଗରେ ଓଡ଼ିଆ ସାହିତ୍ୟ ସମାଜ ବିଖ୍ୟାତ କଳାକାର ବିଜୟ କୁମାର ନାୟକଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମ ରହିଛି।
ଏହି ୱେବିନାରରେ ଯୋଗ ଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ଲିଙ୍କ ଦିଆଯାଇଛି।https://forms.gle/3nhWUV9Pp43Vw8aa6
ଏହି ୱେବିନାର ମଧ୍ୟ ଓଡ଼ିଆ ସାହିତ୍ୟ ସମାଜର ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବ ବୋଲି ଜଣାପଡିଛି।
https://www.youtube.com/channel/UCU8Q185CkMSENHSCDcCqZ7w