ଲୀଲା : ଧର୍ମ-ସମାଜ ମଧ୍ୟରେ ଫଶିଥିବା ନଜର ଆସିବେ ହୁମା

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ହୁମା କୁରେଶୀ ଖୁବଶୀଘ୍ର ନେଟଫ୍ଲିକ୍ସର ୱେବସିରିଜ୍‍ ‘ଲୀଲା’ ମାଧ୍ୟମରେ ଡ଼ିଜିଟାଲ ପ୍ଲାଟଫର୍ମରେ ପାଦ ଥାପିବାକୁ ଯାଉଛନ୍ତି। ସିରିଜର ପ୍ରଥମ ଟିଜର୍‍ ରିଲିଜ୍‍ ହୋଇଯାଇଛି। ଚଳିତ ବର୍ଷ ଜୁନ୍‍ ମାସଠାରୁ ଏହି ସିରିଜକୁ ଦର୍ଶକ ଦେଖିପାରିବେ। ଏହି ୱେବସିରିଜର ନିର୍ଦ୍ଦେଶନା ଦୀପା ମେହତା, ଶଙ୍କର ରମଣ ଓ ପବନ କୁମାର ଦେଇଛନ୍ତି। ଏହି ସିରିଜର ୬ଟି ଏପିସୋଡ଼୍‍ ରହିଛି। ଏଥିରେ ହୁମା ଶାଲିନୀ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ହୁମାଙ୍କ ଲୁକ୍‍କୁ ଦର୍ଶକ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ୱେବସିରିଜର କାହାଣୀ ପ୍ରୟାଗ ଆକବରଙ୍କ ପୁସ୍ତକ ‘ଲୀଲା’ ଉପରେ ଆଧାରିତ। ସିରିଜରେ ଏପରି ଏକ ସହରକୁ ଦର୍ଶାଯାଇଛି ଯେଉଁଠି ଲୋକଙ୍କୁ ଧର୍ମ ଓ ସମୁଦାୟ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରାଯାଇଥାଏ। କାହାଣୀର ମୁଖ୍ୟ ଚରିତ୍ର ଶାଲିନୀ ଜଣେ ମୁସଲମାନ ପୁଅକୁ ବିବାହ କରୁଛି। ଯାହାକୁ ସେଠାରେ ଏକ ଅପରାଧ ବୋଲି ବିବେଚିତ କରାଯାଉଛି ଏବଂ ଶାଲିନୀକୁ ନିଜ ସ୍ୱାମୀ, ଝିଅକୁ ହରାଇ ଏହି ଅପରାଧର ଦଣ୍ଡ ଭୋଗିବାକୁ ପଡ଼ୁଛି।

Comments are closed.